jayashree

ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ବେଂଚ ପ୍ରେସ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆମେଚର ବଡିବିଲ୍‌ଡର୍‌ ଆସୋସିଏସନ୍‌ ଏବଂ ବଲାଙ୍ଗିର ଜିଲ୍ଲା ଜିମନାଷ୍ଟିକ୍‌ ଆସୋସିଏସନ୍‌ର ମିଳିତ ଉଦ୍ୟମରେ ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ବେଂଚ ପ୍ରେସ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧୀ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ବଡି ବିଲ୍‌ଡର୍‌ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ସଂଜୟ ଶତପଥି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ ଏବଂ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର ସମସ୍ତ ନିୟମ ବିଷୟରେ ଅବଗତ କରାଇଥିଲେ । ଉକ୍ତ ପ୍ରତିଯୋଗିତାର ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଆୟୁର୍ବେଦ କଲେଜର ପ୍ରିନ୍ସିପାଲ ଡା. ମନୋଜ କୁମାର ସାହୁ ଓ ସମ୍ମାନିତ ଅତିଥି ରୂପେ ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ କୁମାର ନେପାକ, ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠି, ଜନ ବ୍ୟାଙ୍କର ମ୍ୟାନେଜର ଭାସ୍କର ରାଓ ଆଚାରୀ, ସମାଜସେବୀ ଦିଲ୍ଲୀପ ଭୋଇ, ବିଙ୍ଗ ଷ୍ଟ୍ରଙ୍ଗର ଡାଇରେକ୍ଟର ସତ୍ୟ ଦର୍ଜି, ବି.ଡି.ଜି.ଏ ସଂପାଦକ ସଂଗ୍ରାମ ବହିଦାର ଯୋଗ ଦେଇଥିଲେ । ବେଞ୍ଜ ପ୍ରେସ୍‌ ଜଜ୍‌ ଭୂମିକାରେ ସଂଜୟ ଶତପଥି , ରୁପକ ବରାଳ ଓ ମୁନା ଦାଶ ଦାୟିତ୍ୱ ତୁଳାଇଥିଲେ । ବେଞ୍ଜ ପ୍ରେସ୍‌ ୫୯ ଓଜନ ବର୍ଗରେ ପ୍ରଥମ ବିଶ୍ୱଜିତ ସୁନା, ଦ୍ୱିତୀୟ ଦୋଳାନନ୍ଦ ସାହୁ, ତୃତୀୟ ଫକିର ଥାପା, ୬୨ ଓଜନ ବର୍ଗରେ ପ୍ରଥମ ବୁଲୁ ବାଗ, ଦ୍ୱିତୀୟ ବିଷ୍ଣୁ ନାଏକ, ତୃତୀୟ ଶ୍ରୀତମ ବିଶି, ୭୪ ଓଜନ ବର୍ଗରେ ପ୍ରଥମ ଆଲୋକ ସାଗର, ଦ୍ୱିତୀୟ ଏମ୍‌.ଡି. ଅଲି ରାଜା ଓ ତୃତୀୟରେ ଡୋଳାମଣି ସେଠ, ୮୩ ଓଜନ ବର୍ଗରେ ପ୍ରଥମରେ ତାଳଧ୍ୱଜ ସାହୁ, ଦ୍ୱିତୀୟ ଶଙ୍କର ଜୁଆଡି, ତୃତୀୟରେ ଭୁପତି ସାହୁ, ୯୩ କେଜି ବର୍ଗରେ ପ୍ରଥମ ଶିବୁ ରାଉତ, ଦ୍ୱିତୀୟ ଆନନ୍ଦ ଛତର, ତୃତୀୟରେ ଆଭାସ ଗୁପ୍ତା, ୧୦୫ କେଜି ବର୍ଗରେ ପ୍ରଥମ ଉମାକାନ୍ତ ପାତ୍ର, ଦ୍ୱିତୀୟ ଉଦୟ ମହାରଥା, ତୃତୀୟ ସ୍ୱୟଂ ସ୍ୱାଗତ ସେଠ ଓ ଷ୍ଟ୍ରଙ୍ଗ ମ୍ୟାନରେ ବିଶ୍ୱଜିତ ସୁନା ଚମ୍ପିୟାନ ହୋଇଥିଲେ । ବଡି ବଲଡିଂ ୫୫ ଓଜନ ବର୍ଗରେ ପ୍ରଥମ ବିନାୟକ ମଲ୍ଲିକ, ଦ୍ୱିତୀୟରେ ଦିନେଶ ମଲ୍ଲିକ, ତୃତୀୟରେ ଆକାଶ ବାଗ, ୬୦ ଓଜନ ବର୍ଗରେ ପ୍ରଥମ ହେମନ୍ତ କାଲସାଏ, ଦ୍ୱିତୀୟ ମାନସ ଦୀପ, ତୃତୀୟରେ ମଦନ ବାରିକ, ୬୫ କେଜି ବର୍ଗରେ ପ୍ରଥମ ବୁଲୁ ବାଗ, ଦ୍ୱିତୀୟ ପୂର୍ଣ୍ଣଚନ୍ଦ୍ର ମେହେର, ତୃତୀୟରେ ବାଦଲ ବାହାଦୁର, ୭୦ କେଜିରେ ପ୍ରଥମ ବିରେନ୍ଦ୍ର ପାତ୍ର, ଦ୍ୱିତୀୟରେ ବିଷ୍ଣୁ ନାଏକ ଓ ହେମନ୍ତ କାଲସାଏ ବଡି ବିଲଡିଂ ଚମ୍ପିୟାନ ହୋଇଥିଲେ । ଏହି ପ୍ରତିଯୋଗିତା ବିଡିଜିଏ ସଂପାଦକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ଜିତେନ୍ଦ୍ର ନାଗ ପୁରସ୍କାର ବିତରଣ କରିଥିଲେ ।

Leave A Reply

Your email address will not be published.