oom

ଓଡିଶା ଦିବସ ପାଳନ ଉପଲକ୍ଷେ ବକୃତା ଓ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଅପ୍ରେଲ ୧ ତାରିଖରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଆ ବକୃତା ପ୍ରତିଯୋଗିତା ଓ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଆ ବକୃତା ପ୍ରତିଯୋଗିତାରେ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ଛାତ୍ରୀ ପ୍ରତିଶୃତି ନାୟକ ପ୍ରଥମ ଲିଟିଲ ଫ୍ଲାୱାର ସ୍କୁଲର ଛ୍ରାତ ସ୍ୱାତ୍ତ୍ୱିକ ଶେଖର ମିଶ୍ର, ଦ୍ୱିତୀୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଛାତ୍ର ଓମ୍‌ ଅମୃତ ମହାନ୍ତି, ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତାରେ ଲିଟିଲ ଫ୍ଲାୱାର ସ୍କୁଲର ଛାତ୍ରୀ ଆଭା ଅଭିନନ୍ଦା ଖଣ୍ଡୁଆଲ, ପ୍ରଥମ କେନ୍ଦ୍ରୀୟ ବିଦ୍ୟାଳୟ, ବଲାଙ୍ଗିରର ଛାତ୍ରୀ ସୁଶ୍ରୀ ସମ୍ପୂର୍ଣ୍ଣା ଅଗସ୍ତି, ଦ୍ୱିତୀୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଛାତ୍ରୀ ସୌମ୍ୟାରାଣୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡିଆ ବକୃତା ପ୍ରତିଯୋଗିତାରେ ସନାତନ ଠାକୁର, ଭାଗୀରଥି ମିଶ୍ର ଓ ଆନନ୍ଦ ଚନ୍ଦ୍ର ସାହୁ ଏବଂ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତାରେ କାଳୀ ପ୍ରସାଦ ଷଢଙ୍ଗୀ, ନବୀନ କିଶୋର କୁଅଁର ଓ ମୁରଲୀଧାରୀ ପତି ବିଚାରକ ଭାବେ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରୀୟ ଓଡିଶା ଦିବସ ସମାରୋହ ସଂନ୍ଧ୍ୟା ୬ ଘଣ୍ଟା ସମୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ସ୍ଥିତ ମଣ୍ଡପଠାରେ ଅନୁଷ୍ଠିତ ହେବ ଓଡିଶା ଦିବସ ପାଳନ ଉପଲକ୍ଷେ ସେଠାରେ ସାଧାରଣ ସଭା, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସହିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ବନ୍ଦେ ଉତ୍କଳ ଜନନୀ’ କାର୍ଯ୍ୟକ୍ରମ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଥି ନିମିତ୍ତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକ ବିଭାଗ ଦ୍ୱାରା ଚୟନ କରାଯାଇଥିବା ୧୨ ଗୋଟି ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ‘ବନ୍ଦେ ଉତ୍କଳ ଜନନୀ’ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ମନୋନୀତ କାର୍ଯ୍ୟକ୍ରମ ସଂଯୋଜକ ସ୍ୱର ଝଙ୍କାର, ବଲାଙ୍ଗିର ଦ୍ୱାରା ପରିବେଷଣ କରାଯିବ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନ ୮ ଘଣ୍ଟା ସମୟରୁ ସହରରେ ଥିବା ବରପୂତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ ।

jittmm
Leave A Reply

Your email address will not be published.