centurian jitm

ପାଇକମାଲ ହାଇସ୍କୁଲରେ ମାନକ ଲିଖନ ପ୍ରତିଯୋଗିତା

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରତ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପାନୀୟ ଜଳ ପ୍ୟାକେଜ୍‌ ବିଷୟରେ ପ୍ରତିଯୋଗିତାରେ ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ୱର ଶାଖାର ମାଷ୍ଟର ଟ୍ରେନର ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ବବିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧନ କର୍ମୀ ଖିତେଶ ନାୟକ, ଲଳିତ କୁମାର ବିଶ୍ୱାଳ ମଞ୍ଚାସୀନ ଥିଲେ । ପ୍ରଥମ ସ୍ଥାନରେ ବର୍ଷାରାଣୀ ପ୍ରଧାନ ଓ ଭାରତୀ ସାହୁଙ୍କୁ ୧୦୦୦, ଦ୍ଵିତୀୟ ନହିଦ ପ୍ରବିନ ଓ ସାକ୍ଷୀ ବେହେରାଙ୍କୁ ୭୫୦, ତୃତୀୟ ଝିଲି ମହାପାତ୍ର ଓ ଶିଖା ପ୍ରଧାନଙ୍କୁ ୫୦୦ ତଥା ଚତୁର୍ଥ ସ୍ଵସ୍ତିକ ରଞ୍ଜନ ଭୋଇ ଓ ଖିଲେଶ ବାରିକଙ୍କୁ ୨୫୦ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଥିଲା । ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ନିରୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.