
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଠାରେ ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାରେ ୧୦ ଜଣିଆ ଟିମ୍ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରାଚୀ ବେହେରା, ରୀତୁ ବିଶି, ସିଦ୍ଧେଶ୍ୱରୀ କମଲ, ରିତୁ ବାଗ, ଶ୍ରାବଣୀ ଜାଲ ଭାଗ ନେଇଥିବା ବେଳେ ବାଳକ ବିଭାଗରେ ଜୟମ ସାହୁ, ବିଜୟ ସେଠ, ଓମ୍ ପ୍ରକାଶ ପୃଷ୍ଟି, ଜ୍ୟୋର୍ତିମୟ ଜେନା ଓ ଶୁଭ୍ରାଂଶୁ ହେର୍ଣ୍ଣା ଭାଗ ନେଉଛନ୍ତି । ଟିମ୍ ମ୍ୟାନେଜର ଭାବେ ୟୁଜିଏଚ୍ଏସ୍ ଚିକଲବାହାଲ ପିଇଟି ରାଜକୁମାର ପାଣିଗ୍ରାହୀ ଓ ସରକାରୀ ବାଳିକା ବିଦ୍ୟାଳୟ ପିଇଟି ଦିପ୍ତି ବେହେରାଙ୍କୁ ଏଥିରେ ମନୋନିତ କରାଯାଇଛି । ଏହି ଅବସରରେ ଜଏଣ୍ଟ ଡାଇରେକ୍ଟର (ଏଚ୍ଏଣ୍ଡଏସ୍ ), ଟାଇକଣ୍ଡୋ କୋଚ ତଥା ଜାତୀୟ ସ୍ତରୀୟ ରେଫରି ଅସିମ କୁମାର ଭୋଇଙ୍କୁ ଏହି ରାଜ୍ୟସ୍ତରୀୟ ସ୍କୁଲ ଟାଇକଣ୍ଡୋ ପ୍ରତିଯୋଗିତା ପରିଚାଳନା କରିବା ପାଇଁ ଟେକ୍ନିକାଲ ଅଫିସିଆଲ ଭାବେ ନିୟୋଜିତ କରିଛନ୍ତି ।