ppurohit

ପାଇକମାଲ ବ୍ଲକସ୍ତରୀୟ ସୁଭଦ୍ରା ଚିତ୍ରକଳା ପ୍ରତିଯୋଗିତା

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳା ମାନଙ୍କୁ ସଶକ୍ତି କରଣ ସକାଶେ ଓଡ଼ିଶା ସରକାରଙ୍କ ‘ସୁଭଦ୍ରା’ ଯୋଜନାକୁ ସଫଳ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଛାତ୍ରୀ ମାନଙ୍କ ମଧ୍ୟରେ ବ୍ଲକସ୍ତରୀୟ ‘ଚିତ୍ରକଳା ପ୍ରତିଯୋଗିତା’ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୨୪ ଜଣ ଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଛାତ୍ରୀ ମାନଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ସାଟିଫିକେଟ୍‌ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସବୁଠୁ ଭଳ ପ୍ରଦର୍ଶନ କରିଥିବା ୫ ଜଣ ଛାତ୍ରୀ ମଧ୍ୟରେ ସ୍ନେହା ଦ୍ୱାରି, ମୁସ୍କାନ ତ୍ରିପାଠୀ, (ଆଦର୍ଶ ବିଦ୍ୟାଳୟ) ପ୍ରିନ୍ସି ଗୋଛି, ଡୋଲି ଭୋଇ (ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ) ମିନତୀ ଗିଙ୍ଗରା, ବିନ୍ଧ୍ୟବାସିନୀ +୨ ମହାବିଦ୍ୟାଳୟଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ କରାଯାଇଛି । ସୁଭଦ୍ରା ଚିତ୍ରକଳା ପ୍ରତିଯୋଗିତା ପରେ ଏକ ଉଦ୍‌ଯାପନୀ ସଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପାଇକମାଲ ସରପଞ୍ଚ ତୁଲାବତୀ ତାଣ୍ଡି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଢ଼ଲେନ୍ଦ୍ର ବାରିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ମଞ୍ଚାସୀନ ଥିଲେ । ଶେଷରେ ଶିକ୍ଷୟତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.