ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ସୁଭଦ୍ରା ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଧ୍ୟାପକ ପ୍ରଦୀପ କୁମାର ଦେ୍ୱାନଙ୍କ ସଂଯୋଜନାରେ ଅନୁଷ୍ଠିତ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । “ନାରୀ ସଶକ୍ତିକରଣରେ ସୁଭଦ୍ରା ଯୋଜନାର ଭୂମିକା ‘ଶୀର୍ଷକ ପ୍ରବନ୍ଧ ଓ ମହିଳା ସଶକ୍ତି କରଣରେ ସୁଭଦ୍ରା ଯୋଜନା କେତେ ଦୂର ସଫଳ’ ଶୀର୍ଷକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଅଧ୍ୟାପିକା ମୀନା କୁମାରୀ ସାହୁ, ଅଧ୍ୟାପକ ଦେବରାଜ ସାହୁ, ଅଧ୍ୟାପିକା ପୁଷ୍ପ ମଞ୍ଜରୀ ପ୍ରଧାନ ସହଯୋଗ କରିଥିଲେ । ଅଧ୍ୟାପକ ଦେବାଶିଷ ଭଏନା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.