oom

ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଉଜ୍ଜୀବିତ ରଖିବା ପାଇଁ ଆୟୋଜିତ ହୋଇଯାଇଛି ‘ସମ୍ବାଦ ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା । ଏହି ଅବସରରେ ଡେଲାଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପାଖାପାଖି ୩ ଶହରୁ ଅଧିକ ଛାତ୍ରଛାତ୍ରୀ ଅଜି ବାର୍ଷିକ ପ୍ରତିଯୋଗିତା ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ରାଧାକାନ୍ତ ବିଦ୍ୟାପୀଠ ଡେଲାଙ୍ଗ ଷ୍ଟେସନର ୯ମ ଶ୍ରେଣୀ ଛାତ୍ରୀ ଯାଜ୍ଞସିନୀ ମହାନ୍ତି ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇର ୯ମ ଶ୍ରେଣୀ ଛାତ୍ର ସ୍ୱାଧୀନ ସ୍ୱାଇଁ ଦ୍ଵିତୀୟ, ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡିଆ ହସ୍ତାକ୍ଷରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେରବୋଇର ୭ମ ଶ୍ରେଣୀ ଛାତ୍ରୀ ଶୃତି ସମାପିକା ପ୍ରଧାନ ପ୍ରଥମ, ୮ମ ଶ୍ରେଣୀ ଛାତ୍ରୀ ରାଜଲକ୍ଷ୍ମୀ ବିଶ୍ୱାଳ ଦ୍ଵିତୀୟ, ସାରସ୍ଵତ ବିଦ୍ୟାମନ୍ଦିର ଡେଲାଙ୍ଗର ୬ଷ୍ଠ ଶ୍ରେଣୀ ଛାତ୍ରୀ ଶ୍ରୀୟା ନନ୍ଦିନୀ ରାୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନରେ ଅମାଳଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ସାଇ ସ୍ନେହା ଦାସ ପ୍ରଥମ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଡେଲାଙ୍ଗର ଛାତ୍ରୀ ଦିବ୍ୟାଂଶି ସ୍ୱାଇଁ ଦ୍ଵିତୀୟ ଏବଂ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେଞ୍ଚର ଛାତ୍ରୀ ସ୍ନେହାରାଣୀ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସାହୁ, ଦିଗମ୍ବର ରଥ, ପ୍ରକାଶ କୁମାର ସାହୁ, ପ୍ରଭାତ କୁମାର ସେଠୀ, ଅଭୟ ଚରଣ ସାହୁ, ସନାତନ ସ୍ୱାଇଁ, ଜିତେନ୍ଦ୍ରନାଥ ପ୍ରଧାନ, ସର୍ବେଶ୍ଵର ବେହେରା, ଦେବାଶିଷ ପ୍ରଧାନ, ପ୍ରଶନ୍ନ କୁମାର ବିଶ୍ୱାଳ, ଶିକ୍ଷୟତ୍ରୀ ସରୋଜିନୀ ଜେନା, ଝରଣା ଦାସ, ରାହାସ ପ୍ରଧାନ, ଜୁଲି ପଣ୍ଡା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ । ପ୍ରାକ୍ତନ ବିଇଓ ସଚିଦାନନ୍ଦ ପ୍ରଧାନ ମୂଖ୍ୟଅତିଥି, ଶିଶୁ ସାହିତ୍ୟିକ ଡ. ହେମନ୍ତ ଛୋଟରାୟ, ଅବସରପ୍ରାପ୍ତ ସାମରିକ ଅଧିକାରୀ ହରେକୃଷ୍ଣ ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ କୁନ୍ତଳା କୁମାରୀ ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ସମ୍ବାଦ ପାରିବାରର ଏତାଦୃଶ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରହଲ୍ଲାଦ ପ୍ରଧାନ, ଭାଗିରଥୀ ପରିଡା, କିଶୋର ପ୍ରଧାନ, ଶରତ କୁମାର ବାରିକ, ହୃଷୀକେଶ ପାଢ଼ୀ, ରତିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ‘ସମ୍ବାଦ’ ଡେଲାଙ୍ଗ ପ୍ରତିନିଧି ଚନ୍ଦ୍ରଶେଖର ବିଶ୍ୱାଳ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.