oom

ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ୨୦୨୪

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ମିନି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାବିଭାଗ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗଦେଇ ଖେଳାଳିମାନଙ୍କୁ ଶପଥ ପାଠ କରାଇବା ସହ ଜିଲ୍ଲା ସମୁହ ପତାକା ଉତ୍ତୋଳନ କରି ଶୁଭ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ନାୟକ, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବ୍ଲକ ଉପାଧକ୍ଷା ଯଶୋବନ୍ତୀ ପ୍ରଧାନ, ଗୋଷ୍ଠୀ ଶିକ୍ଷାଧିକାରୀ ରାମଲାଲ ବରିହା, ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା, ସରପଞ୍ଚ ଶରତ କାଲୋ, ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ସମିତି ସଭ୍ୟା ଅଞ୍ଜନା ସେଠ, ସମିତି ସଭ୍ୟା ସରୋଜିନୀ ପାଧାନ, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜ୍ୟୋତି ପ୍ରକାଶ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ୧୨ଗୋଟି ବ୍ଲକର ୪୮୦ଜଣ ଖେଳାଳି ଯୋଗଦେଇଥିବା ବେଳେ ୪୨ଜଣ କ୍ରୀଡା ଶିକ୍ଷକ ଯୋଗଦେଇଛନ୍ତି । ଏହା ୨୭.୦୮.୨୪ ତାରିଖରୁ ୨୯.୦୮.୨୪ତାରିଖ ପର୍ୟ୍ୟନ୍ତ ୩ ଦିନଧରି ଗାଇସିଲେଟ, ସରଧାପାଲି ଓ ବାରିହାପୁଖାପାଣି ଖେଳପଡିଆଠାରେ ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.