ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦେଶବ୍ୟାପୀ ପାଳନ ହୋଇଛି, କାରଗିଲ ବିଜୟ ଦିବସ । ଏହି କ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ମାର୍ଗଦର୍ଶନରେ ଶୁକ୍ରବାର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ପାଳିତ ହୋଇଛି କାରଗିଲ ବିଜୟ ଦିବସ । ଏହି ଅବସରରେ ବିଭାଗ ପକ୍ଷରୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ରଚନା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ‘କାରଗିଲ ବିଜୟ ଦିବସର ମହତ୍ତ୍ଵ’ ଶୀର୍ଷକ ଉପରେ ରଚନା ଲେଖନ ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ପ୍ରାଧ୍ୟାପକ ଡ. ଚିନୁ ବହିଦାର ସଂଯୋଜନା କରିଥିବା ବେଳେ ବିଭାଗର ଅନ୍ୟ ପ୍ରାଧ୍ୟାପକ ମାନେ ଏଥିରେ ସହଯୋଗ କରିଥିଲେ । ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ସ୍ଵାଧୀନତା ଦିବସରେ ପୁରସ୍କୃତ କରାଯିବ ବୋଲି ଘୋଷଣା ହୋଇଛି ।

Leave A Reply

Your email address will not be published.