oum

ବଙ୍ଗୋମୁଣ୍ଡାରେ କ୍ଲଷ୍ଟର ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି କ୍ଲଷ୍ଟର ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା କ୍ଳଷ୍ଟରର ସିଆର୍‌ସିସି ଜିତାମିତ୍ର ବିଶିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଜମନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଚାରକ ଭାବେ ବିଶିଷ୍ଟ ଶିକ୍ଷାବିତ ଡ. ନାରାୟଣ ମିଶ୍ର, ଶିକ୍ଷକ ହରେକୃଷ୍ଣ ତାଣ୍ଡି, ବିନୋଦିନି ନାଏକ, ସସ୍ମିତା ଦେବତା, ଜଳନ୍ଧର ଛତ୍ରିଆ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ, ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଭାସ୍କର ପ୍ରଧାନ, ପରମେଶ୍ୱର ମେହେର, ବେଣୁଧର ସାହୁ ସହ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.