oom

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଉପଖଣ୍ତସ୍ତରୀୟ “ନୂଆ-ଓ” ସାଂସ୍କୃତିକ ପ୍ରତିଯୋଗିତା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଛତ୍ରପୁରରେ ଉପଖଣ୍ତସ୍ତରୀୟ “ନୂଆ-ଓ” ଅନ୍ତର୍ଗତ ଗତ ୨୫ ଓ ୨୬ ତାରିଖରେ ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ତ୍ରିପାଠୀ ଉଦ୍‌ଘାଟନ କରିଥିଲେ ଏବଂ ଉପଖଣ୍ତସ୍ତରୀୟ ପ୍ରତିଯୋଗିତା ପାଇଁ କୃତିତ୍ୱ ଲାଭ କରିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରି ଉତ୍ସାହିତ କରିଥିଲେ । ଛତ୍ରପୁର ଉପଖଣ୍ଡ ଅନ୍ତର୍ଗତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନେ କବିତା ଲିଖନ, ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଏବଂ ଏକକ ଅଭିନୟ ଆଦି ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀମାନେ ବ୍ରହ୍ମପୁର ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ମହାବିଦ୍ୟାଳୟର ବିଭିନ୍ନ କର୍ମଚାରୀମାନଙ୍କ ମଧ୍ୟରେ ଡ. ଅଜୟ କୁମାର ତ୍ରିପାଠୀ, ଡ. ପିଙ୍କିରାଣୀ ଦେଇ, ଡ. ଲକ୍ଷ୍ମୀନାରାୟଣ ସାହୁ, ଡ. ମିଲିମିତା ପାଢ଼ୀ, ଡ. ଆରତୀ କୁମାରୀ ପଣ୍ଡା, ଡ. ବିଷ୍ଣୁ ପ୍ରସାଦ କର, ପ୍ରଭାକର ପାଢ଼ୀ, ଡ. ଅଜିତ କୁମାର ସେଠି, ସୁରଜ କୁମାର ଗରଡ଼ା, ଡ. ଜୟନ୍ତ କୁମାର ଦାସ, ବାଦଲ ସାହୁ, ଏସ୍‌. ରଞ୍ଜିତା ରାଣୀ, ରାଜବାଳା ତ୍ରିପାଠୀ, ପ୍ରଦ୍ୟୁମ୍ନ ମଢେଇ, ସନ୍ତୋଷ ବେହେରା, ଡ. ଶାନ୍ତିଲତା ବେହେରା ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.