oom

ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ୱାରା ହେବ ପ୍ରତିଯୋଗିତା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନେହେରୁ ଯୁବ କେନ୍ଦ୍ର ସଂଗଠନ ମାଧ୍ୟମରେ ଦେଶପ୍ରେମ ଓ ରାଷ୍ଟ୍ର ନିର୍ମାଣ ସମ୍ବନ୍ଧରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଏହାର ଉଦ୍ଦେଶ୍ୟ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱ।ସ, ସବକା ପୟାସ (ଆମେ ଏକାଠି ବଢିବା, ଆମେ ଏକାଠି ସମୃଦ୍ଧ ହେବା, ଆମେ ଏକାଠି ଶକ୍ତ ଭାରତ ଗଠନ କରିବା) ଏହା ଅକ୍ଟୋବର ୨୦୨୧ର ପ୍ରୟାସରେ ସାଧାରଣତନ୍ତ୍ର ଦିବସ ୨୦୨୨ ପାଳନ ଉପଲକ୍ଷେ (ଅଫ ଲାଇନ ମାଧ୍ୟମରେ) ବ୍ଲକ, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଟିତ ହେବ । ସୂଚନା ଅନୁସାରେ ୧୮ରୁ ୨୯ ବର୍ଷର ଯୁବକ ଭାଗ ନେଇ ପାରିବେ । ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଅଧିକ ଜାଣିବା ପାଇଁ ଏନ୍‌ୱାଇକେଏସ୍‌ର ୱେବସାଇଟ୍‌ www.nyks.nic.inକୁ ଲଗିନ୍‌ କରନ୍ତୁ ଏବଂ ୭୦୦୮୭୩୫୫୬୩ରେ ଯେଗାଯୋଗ କରନ୍ତୁ । ଅଥବା ନେହେରୁ ଯୁବ କେନ୍ଦ୍ର, ପୁରୀ ଜିଲ୍ଲା ୟୁବ ସଂଯୋଜକଙ୍କ କାର୍ୟ୍ୟାଳୟ ସହ ଇ-ମେଲ [email protected] ଦ୍ୱାରା ଯୋଗାଯୋଗ କରନ୍ତୁୁ । ଦରଖାସ୍ତ ଗ୍ରହଣର ଶେଷ ତାରିଖ ୦୨-୧୧-୨୦୨୧ ଅଛି ।

jittmm
Leave A Reply

Your email address will not be published.