oom

୫ମ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

jsmm

ଜୟପାଟଣା, (ଶେଷ ଦେବ ବେହେରା) : ହରିହରାନନ୍ଦ ଗୁରୁ କୂଳମ୍ , ବାଲିଘାଇ, ପୁରୀଠାରେ ଗତକାଲିଠାରୁ ପ୍ରଜ୍ଞାନ ମିଶନ୍ ଜଗତପୁର, କଟକ ଆନୁକୁଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସମାପନ ହୋଇଯାଇଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାର ୪ର୍ଥ ଓ ୫ମ ଶ୍ରେଣୀ ‘କ’ ବିଭାଗ ୬ଷ୍ଠ ରୁ ୮ମ ଶ୍ରେଣୀ ‘ଖ’ ବିଭାଗ ୯ମ ରୁ +୨ ‘ଗ’ ବିଭାଗ ଏବଂ +୩ ଓ ଅଧିକ ‘ଘ’ ବିଭାଗ ପ୍ରତି ବିଭାଗର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କଳାହାଣ୍ଡି ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମଧ୍ୟରୁ ‘କ’ ବିଭାଗରେ ଶ୍ରେୟାଂସି ସାହୁ ଏବଂ ଦିଶା ଅଗ୍ରୱାଲ ହେଲୋ କିଡସ୍‌, ଧର୍ମଗଡ଼ ଏବଂ ‘ଖ’ ବିଭାଗରେ ସୁନୀତା ଦାସ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜୟପାଟଣା ଏବଂ ପ୍ରତିଜ୍ଞା ଆଚାର୍ଯ୍ୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଧର୍ମଗଡ଼ ରାଜ୍ୟସ୍ତରରେ ପୁରସ୍କୃତ ହୋଇ କଳାହାଣ୍ଡି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ପୁରସ୍କାର ବିତରଣ ଉତ୍ସବରେ ପରମହଂସ ପ୍ରଜ୍ଞାନା ନନ୍ଦଜୀ ମହାରାଜ ଅଧ୍ୟକ୍ଷତା କରି ଥିବା ବେଳେ ପୁରୀ ଗଜପତି ଦିବ୍ୟ ସିଂହ ଦେବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷା ବିକାଶ ସମିତି ଓଡିଶା ସଭାପତି କିଶୋର ଚନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ପୂଜ୍ୟ ସମର୍ପଣା ନନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.