ନୂଆ ଓଡିଶା ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ନୂଆ ଓଡିଶା କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ରେଭେନ୍ୟୁ ମହେନ୍ଦ୍ର ମହାପାତ୍ର, ସିଡିଓ ତଥା ଇଓ ସୁଶାନ୍ତ ସିଂ, ଏପିଡି ତରଣୀ ସୁନା ଯୋଗଦାନ କରିଥିଲେ । ତିନି ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ୨ ହଜାର ଖେଳାଳୀ ଏଥିରେ ଭାଗ ନେଇଥିବା ଜଣାପଡିଛି । କ୍ରିକେଟ୍‌, ଫୁଟ୍‌ବଲ୍‌, ହକି, ଭଳିବଲ୍‌, ଖୋଖୋ ଏବଂ କବାଡି ଖେଳ ଏହି ପ୍ରତିଯୋଗିତାରେ ସଂଶ୍ଲିଷ୍ଟ ଥିବା ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି । ଏହି ପ୍ରତିଯୋଗିତାରେ ୫୫ଟି ମହିଳା ଦଳ ମଧ୍ୟ ଅଂଶଗ୍ରହଣ କରିଥିବା ଜଣାପଡିଛି । ଏହି ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.