oom

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଅବସରରେ ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜୁଲାଇ ୨୫ ତାରିଖରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ହେବ । ଏହାର ଅବ୍ୟବହିତ ପୂର୍ବରୁ ଓଡିଶାର ସମସ୍ତ ଜିଲ୍ଲାରେ ସାହିତ୍ୟ ସଂପର୍କରେ ବକ୍ତୃତା, ପ୍ରବନ୍ଧ, ସାଧାରଣଜ୍ଞାନ ତଥା କବିତା ଆବୃତ୍ତି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି କ୍ରମରେ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚାରିଗୋଟି ବିଭାଗରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡାକ୍ତର ଜ୍ୟୋତିର୍ମୟୀ ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ ସନାତନ ଠାକୁର, ‘କୋଶଳ ପ୍ରବାହ’ର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, ଆଇନଜୀବୀ ଶୁଭ୍ରାଂଶୁ ଶେଖର ପଣ୍ଡା, ରସରାଜ ଅଚ୍ୟୁତ ପୁରୋହିତ, କବି ବିଜୟ କୁମାର ତ୍ରିପାଠୀ, ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ଅଧ୍ୟାପକ ଜୟକୁମାର ଆଚାର୍ୟ୍ୟ , ଶିକ୍ଷକ ରଂଜିତ ମିଶ୍ର, ଶିଶୁମନ୍ଦିର କଲେଜ ଛକ ପ୍ରଧାନ ଆଚାର୍ୟ୍ୟ ରବୀନ୍ଦ୍ର ନାଥ ମିଶ୍ର ଓ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ଯୋଗଦାନ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ହ୍ରିଦୟ ସ୍ପନ୍ଦନ ଠାକୁର, ସୁଶ୍ରୀ ମାଧୁଶ୍ବରୀ ଜେନା, ପ୍ରିୟାଂଶୁ ଦେବତା, ଇନ୍ଦ୍ରାକ୍ଷୀ ସରାଫ, ତୃପ୍ତିମୟୀ ପ୍ରଧାନ, ରିପ୍ତିମୟୀ ସାହୁ, ଶ୍ରେୟାଂଶୀ ମହାପାତ୍ର, ଅଧ୍ୟୟନ କଶ୍ୟପ ଆସନ୍ତା ୯ ଜୁଲାଇ ଓ ୧୬ ଜୁଲାଇରେ ଭୁବନେଶ୍ବର ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଗୋପାଳ ପ୍ରଧାନ, ଅନଙ୍ଗ କୁମାର ସାଏ,, ଆରତୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.