ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଂଜପୁରଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ପୂଜା ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ପୁରସ୍କାର ବିତରଣ କରିବା ସହ ବେଶ ପ୍ରସିଦ୍ଧି ଲାଭ କରିଥିବା ଜଗଦ୍ଧାତ୍ରୀ ମେଳାର ଉତ୍ତୋରୋତ୍ତର ଉନ୍ନତି କାମନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ଭାବେ ସରସକଣା ବିଧାୟକ ଭାଦବ ହାଁସଦା, ପୂର୍ବତନ ବିଧାୟକ କାନ୍ଦରା ସୋରେନ, ସମାଜସେବୀ ପରେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିବା ସହ ଏତେ ବଡ଼ ମେଳାର ଆୟୋଜନ କରୁଥିବା କମିଟିର ପ୍ରଶଂସା କରିଥିଲେ । କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣା ନନ୍ଦ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରିତମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଚିତ୍ରାଙ୍କନରେ ବୈଶାଳୀ ନାୟକ, କୁଇଜରେ ଏମ.ସାଇ ପ୍ରୀତି, ନୃତ୍ୟ ଜୁନିୟରରେ ପ୍ରସାଦ ବାରିକ, ସିନିୟରରେ ଅଙ୍କିତା ସି, ଡୁଏଟରେ ହରିହର ଓ ପ୍ରିୟଦର୍ଶିନୀ ଯୋଡ଼ି ଏବଂ ଗ୍ରୁପରେ ଆଇ ଡି ଏସ କ୍ରିଉ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ମେଳାର ସଫଳତା ପାଇଁ ସହଯୋଗ କରିଥିବା ଭଂଜପୁର ଥାନା ଆଇ ଆଇ ସି, ଟ୍ରାଫିକ ଇନ୍ସପେକ୍ଟର, ଟି ପି ଏନ ଓ ଡି ଏଲ, ବାରିପଦା ମ୍ୟୁନିସିପାଲିଟି, ଅଗ୍ନିଶମ ବିଭାଗ ସମେତ ସିଧାପ୍ରସାରଣ ପାଇଁ ମିଡ଼ିଆ କ୍ରିଏସନ ଫଟୋଗ୍ରାଫି, ବ୍ଲୁ ସ୍କାୟକୁ ସମ୍ବର୍ଦ୍ଧିତ କରାଯାଇଥିଲା । ମେଳା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରିୟବ୍ରତ ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ଜଗଦିଶ ପାଣୀ ଓ ମିଡ଼ିଆ ସଂଯୋଜକ ସୋମନାଥ ସିଂହଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ଅବିନାଶ ରଥ, ସତ୍ୟବ୍ରତ ଧଳ, ଆଲୋକ ବାରିକ, ସୋନୁ ରଣା, ସୁରଜ ବେହେରା, ରୋହିତ ବେହେରା ସହଯୋଗ କରିଥିଲେ । ମେଳା ୧୬ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିବାବେଳେ ୧୭ ତାରିଖ ଦିନ ବଲିଉଡ ନାଇଟରେ ପ୍ରଖ୍ୟାତ ଗାୟକ ସାନଙ୍କ କାର୍ଯ୍ୟକ୍ରମ ରହିଛି ।