ଏସଟି ଏସସି ସଂରକ୍ଷଣର ସୁପ୍ରିମକୋର୍ଟ ରାୟକୁ ପ୍ରତିହାର ପାଇଁ କୋରାପୁଟରେ ୧୨ ଘଂଟିିଆ ବନ୍ଦ ପାଳନ

ସେମିଲିଗୁଡା, (ସୁନାମ ହନ୍ତାଳ) : ଅନୁସୂଚିତ ଜାତି ଓ ଜନଜାତି ସମନ୍ୱୟ ସମିତ ପକ୍ଷରୁ ଭାରତ ବନ୍ଦ ଡାକରାକୁ କୋରାପୁଟ ଜିଲ୍ଲାରେ ସମର୍ଥନ ଦେଇ ଆଜି ସେମିଲିଗୁଡା ଟ୍ରାଫିକ ଛକ, ଦାମୋନଯୋଡି ଛକ, ବଡେଙ୍ଗା ଛକ, ନାଲକୋ ଅଞ୍ଚଳ, କୁନ୍ଦୁଲି, ଶୁଙ୍କି, ପଟ୍ଟାଙ୍ଗି, ନନ୍ଦପୁର ସହ ଜିଲ୍ଲାର ଅନେକ ସ୍ଥାନରେ ସଂରକ୍ଷଣକୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇଛି ଓ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନକୁ ସଂପୂର୍ଣ୍ଣ ସଫଳ କରାଯାଇଛି । କୋରାପୁଟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ଦୋକାନ ବଜାର ଅଖଚକ ବନ୍ଦ ରହିଛି । କୋରାପୁଟ ସହରର ସମସ୍ତ ପ୍ରବେଶ ପଥରେ ବେରିକେଟ କରି ରାସ୍ତା ଅବରୋଧ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ସକାଳ ୬ଘଂଟା ଠାରୁ ସନ୍ଧ୍ୟା ୬ଘଂଟା ପର୍ଯ୍ୟନ୍ତ ୧୨ଘଂଟିଆ ବନ୍ଦ ସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କିଭଳି ଶାନ୍ତି ଶୃଙ୍ଖଳା ସହ ସଫଳ ହେବ, ସେନେଇ ଅନୁସୂଚିତ ଜାତି ଓ ଜନଜାତି ମିଳିତ ସଂଘ ପକ୍ଷରୁ ପ୍ଲାନିଂ ଅନୁସାରେ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.