ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ, ଘୋରଡ଼ିଆ ଆନୁକୂଲ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା ଘୋରଡ଼ିଆ ପରିସରରେ ପ୍ରତିଭା ଅନ୍ୱେଷଣ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଇଜ ବକ୍ତୃତା, ଦେଶାତ୍ମକ ଗୀତ, ନୃତ୍ୟ କ୍ଷେତ୍ରରେ ୮୫ଜଣ ବିଦ୍ୟାର୍ଥୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରିଥିଲେ । ମୋ’ ମାଟି ମୋ ଦେଶ ଶୀର୍ଷକ ଡିବେଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଜଳନ୍ଧର ସ୍ମୁତି ସାହିତ୍ୟ ପ୍ରତିଷ୍ଠାନ ତରଫରୁ ପ୍ରଂଶସା ପତ୍ର, ଉପଢୌକନ, ପୁଷ୍ପଗୁଛ ଅତିଥିମାନଙ୍କୁ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ଧାଉଡ଼ିଆ କାର୍ଯ୍ୟକ୍ରମ ଆଭିମୁଖ୍ୟ, ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଦୁର୍ଗା ପ୍ରସାଦ ସାହୁ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ । ଏହି ପୁରସ୍କାର ବିତରଣ ଉତ୍ସବରେ ଶିକ୍ଷାବିତ ସଞ୍ଜୟ କୁମାର ଦାସ, ବରିଷ୍ଠ ଶିକ୍ଷକ କରିଥିଲେ । ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସଞ୍ଜୟ କୁମାର ଦାସ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ଶିକ୍ଷକ ଲଡ଼ୁକିଶୋର ସାମନ୍ତସିଂହାର, କୁଶବନ୍ତ କଁଅର, ଦିଗବିଜୟୀ ଭାଷ୍କଡାଗାମା, ବିଷ୍ଣୁପ୍ରିୟା ସାହୁ, ସ୍ତୁତିସନ୍ଧ୍ୟା ମହାରଣା, ଲିପିକା ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ କୁମାର ନାୟକ, ହିମାଂଶୁ ମହାପାତ୍ର, ଶୁଭଲକ୍ଷ୍ମୀ ସେନାପତି, ବିଭୁତି ଭୂଷଣ ହରିଚନ୍ଦନ, ଗୋପବନ୍ଧୁ ଶାସମଲ, ଶିକ୍ଷାକର୍ମଚାରୀ ପବିତ୍ର ମୋହନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଲଡ଼ୁକିଶୋର ସାମନ୍ତସିଂହାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.