jayashree

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ କଂଟାବାଂଜି କଂଗ୍ରେସର ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦିନକୁ ଦିନ ଦର ବୃଦ୍ଧି କରୁଥିବା ପ୍ରତିବାଦରେ ଶୁକ୍ରବାର ଦିନ କଂଟାବାଂଜି ନଗର କଂଗ୍ରେସ ତରଫରୁ ଏକ ପ୍ରତିବାଦ ସଭା କରାଯାଇଛି । ସକାଳ ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସାଇକଲ ରାଲି ନଗର ପରିକ୍ରମା କରିଥିଲା । ଏହି ସାଇକଲ ରାଲିରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସାମିଲ ଥିଲେ । ଏହା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଧାୟକ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରର ବିଜେପି ସରକାର ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ସାଂଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ବୃଦ୍ଧି ପାଇଁ ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ସଭା ଏବଂ ରାଲିରେ ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ଡମ୍ବରୁଧର ବେହେରା, ଯୁବ କଂଗ୍ରେସ କର୍ମୀ ସେଜି ସିଂ ସାଲୁଜା ସହ କଂଗ୍ରେସର କର୍ମୀମାନେ ସାମିଲ ଥିଲେ ।

Leave A Reply

Your email address will not be published.