jayashree

ହର୍ଡାଟାଲ କେନ୍ଦ୍ର କୁଲୁତା ସମାଜ ନିଷ୍ପତି ବିରୁଦ୍ଧରେ ନିନ୍ଦା ଓ ପ୍ରତିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହର୍ଡାଟାଲ କେନ୍ଦ୍ର କୁଲୁତା ସମାଜ ନିଷ୍ପତି ବିରୁଦ୍ଧରେ ନିନ୍ଦା ଓ ପ୍ରତିବାଦ ଜଣାଇଲେ ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ । ସେ କହିଛନ୍ତି ଯେ, ଏକ ଦୈନିକ ଖବରକାଗଜ ପଢି ଅବଗତ ହେଲି ଗତ ୨୭/୦୮/୨୦୨୩ ବଲାଙ୍ଗିର ବ୍ଲକ ହର୍ଡାଟାଲ ସ୍ଥିତ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡି ପୀଠରେ ବେଲାରସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୁଲୁତା ସମାଜ ହର୍ଡାଟାଲ କେନ୍ଦ୍ରର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଚଳାଇ ଥିବା ସଂଗଠନକୁ ଅସିଦ୍ଧ ଘୋଷଣା କରାଯାଇଥିବା ଏକ ଖବର କାଗଜରେ ପଢି ମତେ ଆଶ୍ଚର୍ଯ୍ୟ ଲାଗିଲା । ଏଣୁ ଜିଲ୍ଲା ଯୁବ ସଭାପତି ହିସାବରେ ମୁଁ ଅସୀମ କୁମାର ଭୋଇ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ତା.୧୫/୦୫/୨୦୧୪ ରେଜିଷ୍ଟେସନ ସୋସାଇଟି ଧାରା XXI ୧୮୬୦ Regd. no.୬୮୪୬-୧୩୫ ୨୦୧୪-୧୫ ସାଲରେ ମୋ ଅନୁଷ୍ଠାନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଜିଲ୍ଲାପାଳଙ୍କ ଅଫିସଠାରେ ପଞ୍ଜିକୃତ ହୋଇଛି । ଆଜିକୁ ପ୍ରାୟ ୯ ବର୍ଷ ହେଲା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସମାଜର ବିଭିନ୍ନ ସେବାମୂଳକ କାର୍ଯ୍ୟ କରି ଆସୁଛି । କୁଲୁତା ସମାଜ ହର୍ଡାଟାଲ କେନ୍ଦ୍ର ଦ୍ୱାରା ଏହି ସଂଗଠନକୁ ଅସିଦ୍ଧ ଘୋଷଣା କରିବା କୌଣସି ଅଧିକାର ନାହିଁ । ଏହା ଏକ ମିଥ୍ୟା ଖବର ଓ ଏହାକୁ ମୁଁ ନିନ୍ଦା କରିବା ସହ ପ୍ରତିବାଦ କରୁଛି ଓ ଜନସାଧାରଣଙ୍କ ଅବଗତି ପାଇଁ ଜଣାଇ ଦେଉଛି । ଏଭଳି ଅହଂ ଭାବ ରଖି ଆମ ଯୁବ ସମାଜ ଭିତରେ ଥିବା ଏକତାକୁ ଭଙ୍ଗ କରିବାର ହୀନ ପ୍ରୟାସ କରିଥିବା ସଂଗଠନଙ୍କ ଠାରୁ ସଜାଗ ରହନ୍ତୁ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସମାଜର ମଂଗଳ ପାଇଁ ତାର ସାମାଜିକ କାର୍ଯ୍ୟକଳାପ ଆଗାମୀ ଦିନରେ ଜାରି ରଖିବ ।

Leave A Reply

Your email address will not be published.