କଂଟାବାଂଜି ତହସିଲ ଅଫିସରେ ଅମଲା ସଂଘର କଳା ବ୍ୟାଚ୍‌ ପିନ୍ଧି ୫ମ ଦିନରେ ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ରାଜ୍ୟ ଅମଲା ସଂଘର ଆହ୍ୱାନକ୍ରମେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାମାନେ କଳା ବ୍ୟାଚ୍‌ ପିନ୍ଧି ପ୍ରତିବାଦ କରିବାର ଶୁକ୍ରବାର ଦିନ ୫ମ ଦିନରେ ପହଂଚିଛି । ଗତ ତା.୨୨.୦୫.୨୦୨୩ରୁ ଆରମ୍ଭ ହୋଇଥିବା ପ୍ରତିବାଦ ଆସନ୍ତା ୩୧ ତାରିଖ ଯାଏଁ ଦାବୀ ପୁରଣ ନ ହେଲେ ସାମୁହିକ ଛୁଟି ନେବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦରମା ବୃଦ୍ଧି ଓ ଗ୍ରେଡପେକୁ ୪୨୦୦ ଟଙ୍କା ଦାବୀ ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପ୍ରତିବାଦ ଆନ୍ଦୋଳନରେ କଂଟାବାଂଜି ତହସିଲର ବରିଷ୍ଠ ରାଜସ୍ୱ ସହାୟକ ରବି ନାରାୟଣ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ପଧାନ, ସଞ୍ଜତ କୁମାର ଭୋଇ, ସରିତା ପଧାନ, କନିଷ୍ଠ ସହାୟକ ଜୟ ନାରାୟଣ ଅଗସ୍ତି ଓ ଭାରତୀ ସେଠ ସାମିଲ ଅଛନ୍ତି । ସେହିପରି କଂଟାବାଂଜିରେ ଥିବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟରତ ଅମଲାମାନେ କଳା ବ୍ୟାଚ୍‌ ପିନ୍ଧି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!