ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ବ୍ୟାଜ ପିନ୍ଧି ଲ୍ୟାବ ଟେକ୍ନିସିଆନ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସେମାନେ କହିଛନ୍ତି ଯେ, ସରକାର ଆମର ଦାବୀ ଦୀର୍ଘ ଦିନ ହେଲା କର୍ଣ୍ଣପାତ କରୁନଥିବାରୁ ଆମେ ଆଜି କାର୍ଯ୍ୟ କରିବା ସହିତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବା ପାଇଁ ବାଧ୍ୟ ହୋଇଛୁ । ଆମର ମୁଖ୍ୟ ଦାବୀ ହେଲା କ୍ୟାଡର ରୁଲର ପରିବର୍ତ୍ତନ । କେନ୍ଦ୍ର ସରକାର, ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରି ଲାବୋରେଟୋରି ଟେକନିସିଆନରୁ ଟେକନୋଲୋଜିଷ୍ଟକୁ ପରିବର୍ତ୍ତନ, ଟେକ୍ନିକାଲ ଅଫିସର ଓ ଚିଫ୍ ଟେକ୍ନିକାଲ ଅଫିସର ପଦବୀ ପ୍ରତି ଜିଲ୍ଲା, ମେଡିକାଲ କଲେଜ ଓ ବ୍ଲଡ ବ୍ୟାଙ୍କରେ ସୃଷ୍ଟି କରିବା, ନୂଆ ଜିଲ୍ଲା ଓ ମେଡିକାଲ କଲେଜ, ବ୍ଳଡ ବ୍ୟାଙ୍କ ମାନଙ୍କରେ ପ୍ରମୋସନାଲ ପଦବୀ ସୃଷ୍ଟି କରିବା, ଡିଏମ୍ଏଲ୍ଟି କାଉନ୍ସିଲରେ ପଞ୍ଜୀକୃତ ନ ହୋଇଥିବା ଟେକନିସିଆନମାନଙ୍କୁ କ୍ୟାଡାରରୁ ବାଦ ଦେବା, କଣ୍ଟାକଚୁଆଲ ପିରିୟଡ଼କୁ ପ୍ରମୋସନ କିମ୍ବା ଆର୍ଏସିପି/ ଏମ୍ଏସିପି ପାଇଁ ଗଣନା କରିବା, ସମସ୍ତ ସିନିୟର୍ ଲାବୋରେଟୋରି ଟେକନିସିଆନମାନଙ୍କୁ ବାଧ୍ୟତାମୂଳକ ବ୍ଲଡ କମ୍ପୋନେଣ୍ଟ ଟ୍ରେନିଙ୍ଗ୍ ଦେବା ପାଇଁ ବ୍ୟବସ୍ଥା କରିବା, କୋଭିଡ ସମୟରେ ଆମେ ରୋଗୀ ସେବାରେ ବ୍ୟାହତ ସୃଷ୍ଟି ନ କରି ନୀରବ ପ୍ରତିବାଦ ଜାରି ରଖିବୁ । ସରକାର ଆମର ଦାବୀ ଗୁଡିକ ସହୃଦୟତାର ସହିତ ବିଚାରକୁ ନେବା ପାଇଁ ଆମେ ଆଶାବାଦୀ ।
Prev Post
Next Post