ବ୍ରହ୍ମପୁର, ଗଞ୍ଜାମ ଓକିଲ ସଂଘ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓକିଲ ସଂଘ (ବ୍ରହ୍ମପୁର) ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ଚଳିତ ବର୍ଷ ଓକିଲ ସଂଘ ନିର୍ବାଚନ ପାଇଁ ସମ୍ପାଦକ ପଦବୀ ନିମନ୍ତେ ଜଗନ୍ନାଥ ମିଶ୍ର ନିଜର ଶତାଧିକ ସମର୍ଥକମାନଙ୍କ ସହ ଯାଇ ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହାସହ କୋର୍ଟ ପରିସରରେ ଥିବା ଆଇନଜୀବୀଙ୍କ ଚାମ୍ବରକୁ ଚାମ୍ବର ବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ଓକିଲ ସଂଘ ସଭାପତି ପ୍ରାର୍ଥୀ ଭାବେ ଶନିବାର ନାମାଙ୍କନପତ୍ର ଦାଖଲ କରିଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଉପ-ସଭାପତି ଟି.କେ. ରେଡ୍ଡୀଙ୍କ ନାମରେ ପୁରୁଷୋତ୍ତମପୁର ଥାନାରେ ଏତଲା ଦିଆଯାଇଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ’ ପୁରୁଷୋତ୍ତମପୁର ତହସିଲଦାର ତଥା ତାରାତାରିଣୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରାଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ପୂର୍ବରୁ ଟି.କେ. ରେଡ୍ଡୀ ତାରାତାରିଣୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିଲେ । ନୂତନ ଅଧିକାରୀଙ୍କୁ ଦାୟିତ୍ୱ ନଦେବା ଓ ମନ୍ଦିରରୁ ଚୋରୀ ଆଭୂଷଣ ସମ୍ପର୍କିତ ସବିଶେଷ ତଥ୍ୟ ଦାଖଲ କରିନଥିବା ଅଭିଯୋଗ ହୋଇଛି । ଏହାର ଏକକିତା ନକଲ ଦେବୋତ୍ତର କମିଶନରଙ୍କୁ ମଧ୍ୟ ପ୍ରେରଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.