ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଫାର୍ଷ୍ଟଏଡ୍‌ ଇନ୍‌ ଡିଜିଟାଲ ସ୍କିଲ ଥିମ୍ ଅନୁସାରେ ଆଜି ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ତଥା ଜିଲ୍ଲା ସ୍କାଉଟ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ପ୍ରାଥମିକ ଚିକିତ୍ସାର ଗୁରୁତ୍ବ ବିଷୟ ରେ ଅବଗତ କରାଇଥିଲେ । ସ୍କୁଲ ପରିଚାଳନା କମିଟି ସଦସ୍ୟ ଗୋକୁଳ ଦାସ, ସମାଜସେବୀ ରାଧାକାନ୍ତ ଯୁଆଡି, ଅଭିବାବିକ ତଥା କମିଟି ସଦସ୍ୟା କଲ୍ୟାଣୀ ବରିହା ପ୍ରମୁଖ ପ୍ରାଥମିକ ଚିକିତ୍ସାର ମହତ୍ତ୍ଵ ବିଷୟରେ ମତବ୍ୟକ୍ତ କରିଥିଲେ । ଜୁନିୟର ମଧ୍ୟରେ ତନୁଶ୍ରୀ ଯୁଆଡି, ମୁସ୍କାନ ସାହୁ, ଶୁଭଶ୍ରୀ ପଟେଲ, ଟିକେଶ୍ୱରୀ, ଜନନିକା, ଅର୍ଚ୍ଚିତା, ସୌମ୍ୟା, କୁନାଲ, ରାଜ, ବଲରାମ, ଶୁଭଶ୍ରୀ ବରିହା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଦିବସର ଗୁରୁତ୍ୱାରୋପ କରିବା ସହିତ ପ୍ରାଥମିକ ଚିକିତ୍ସା ଉପଚାରର ମୂର୍ଚ୍ଛା, ରିକୋଭାରି ପୋଜିସନ୍, ରକ୍ତସ୍ରାବ, ଅସ୍ଥିଭଗ୍ନ, ରୋଗୀ ସ୍ଥାନାନ୍ତରଣ ପ୍ରଭୃତି ବିଷୟରେ ଡେମୋ ପ୍ରଦର୍ଶନ କରିଥିଲେ । ଶେଷରେ ଛାତ୍ର ପ୍ରିନ୍ସ ବାଘ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ଅଫିସର ରବିଚନ୍ଦ୍ର ପଶୟାତଙ୍କ ବକ୍ତବ୍ୟ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ପାଖାପାଖି ୧୦୦ଟି ଜୁନିୟର ରେଡକ୍ରସ ୟୁନିଟ୍‌ ତରଫରୁ ଆଜି ବିଶ୍ଵ ରେଡ କ୍ରସ ଦିବସ ପାଳିତ ହୋଇଛି ।

jittmm
Leave A Reply

Your email address will not be published.