ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ପୁରୋହିତ କଲ୍ୟାଣମଣ୍ଡପଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରହିତ୍ୟରେ ଶିକ୍ଷକ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସର୍ବ ପ୍ରଥମେ ଶିକ୍ଷକ ଭବନରେ ଏକ ସମମ୍ମିଳନୀ କକ୍ଷର ଶିଳାନ୍ୟାସ କରିଥିଲେ, ଅନ୍ୟତମ ଅତିଥି ପଦ୍ମପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ସାବିତ୍ରୀ ବାଗ ଯୋଗ ଦେଇଥିଲେ । ଏହାପରେ ପୁରୋହିତ କଲ୍ୟାଣମଣ୍ଡପଠାରେ ରାଜବୋଡାସମ୍ବର ବ୍ଲକ୍‌ର ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ମୁଖ୍ୟ କିରାଣୀ ଦିଲ୍ଲୀପ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଥିବା ପଦ୍ମପୁରର ଗୌରବ ଶୁଭମ ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଅବସର ଗ୍ରହଣ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପିନ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲାି ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ, ରୁଦ୍ର କୁମାର ସାହୁ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ । ମନୋଜ ପଣ୍ଡା ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭୋଇ ରାଜବୋଡାସମ୍ବର ବ୍ଲକ୍‌ର ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଥିବା ଜାଣି ଏ ବ୍ଲକ୍‌କୁ ମୋର କର୍ମ ଭୂମି ଭାବରେ ବାଛି ନେଇଛି, ଏବଂ ଏହି ବିଶ୍ୱାସକୁ ଆପଣମାନେ ସାକାର କରିବା ସହ କାର୍ଯ୍ୟଲୟ ଶିକ୍ଷକମାନଙ୍କ ମଧ୍ୟରେ ସମନ୍ୱୟ ରଖି ଶିକ୍ଷାଦାନକୁ ବ୍ରତ ଓ କର୍ତବ୍ୟ କ୍ଷେତ୍ରରେ ଅଧିକ ପ୍ରଯତ୍ନ ହେବାକୁ ପରାମର୍ଶ ଦେଇଥିଲେ । ବିଦାୟୀ ଏ.ବି.ଇ.ଓ ବିପିନ ମିଶ୍ର ନିଜର ଅତୀତକୁ ସ୍ମୃତି ଚାରଣ କରି ସମସ୍ତଙ୍କର ଶୁଭକାମନା କରିଥିଲେ । ଝାରବନ୍ଦ ଏ.ବି.ଇ.ଓ ଜୟକୁମାର ସାହୁ ଏ ବ୍ଲକ ସହ ତାଙ୍କର ମନ ପ୍ରାଣ ସବୁକିଛି ରହିଛି, ଏଥି ସହ କାହାର ସମାଲୋଚନାକୁ ଖାତିର ନ କରି ହାତୀଉପାଖ୍ୟାନର ଏକ ଗଳ୍ପ କହି ସମସ୍ତଙ୍କ ହୃଦୟ ଜିଣିଥିଲେ । ସ୍ଥାନୀୟ ଏ.ବି.ଇ.ଓ ରାମସିଂ ଭୋଇ, ବି.ଇ.ଓ, ଝାରବନ୍ଧ ଶ୍ରୀ ପତି ସ୍ୱଳ୍ପ ସମୟର କାର୍ଯ୍ୟକାଳ ଭିତରେ ପିଲାଙ୍କ ଉପରେ ଅନେକ ଅନୁଭୂତି କଥା ତଥା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ମାନ ଉପରେ କିଛି କଥା ରଖିଥିଲେ । ଅଶୋକ ବୋହିଦାର, ଶାନ୍ତନୁ ସରାଫ, ଭରତ ସାହୁ, ଲଳିତ ଦାଶ, ବିଶ୍ୱ ଯୋଶୀ, ଟିକନୁ ସାହୁ, ବିନୋଦ ରଥ, ବାବୁଲାଲ ପାଣିଗ୍ରାହୀ, ଅଶୋକ ପାଣିଗ୍ରାହୀ ସଂଚାଳନ କରିଥିବା ବେଳେ ବିବେକା ମହାପାତ୍ର, ରବିନାରାୟଣ ପଣ୍ଡା, ବୀର କିଶୋର ସାହୁ ଉପଢୌକନ ପ୍ରଦାନ କରିଥିଲେ ପରିଶେଷରେ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.