ବ୍ରାହ୍ମଣଡିହି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥିତ ବ୍ରାହ୍ମଣଡିହି ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଗୁରୁବାରୁ ମିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ ଅବଧାନରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗଦାନ କରି ବୃକ୍ଷ ବିଷୟରେ ବିଷଦ ଆଲୋଚନା କରିଥିଲେ । ସ୍କୁଲର ସହକାରୀ ଶିକ୍ଷକ ରାଜେନ୍ଦ୍ର ମହାନ୍ତି ମଧ୍ୟ ବୃକ୍ଷରୋପଣ ବିଷୟରେ ତାତ୍ୱିକ ଦିଗ ଉପରେ ଆଲୋଚନା କରିଥିଲେ । ତାପରେ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ସହ ଏକ କୁଇଜ୍‌ ପ୍ରତି ଯୋଗିତା ହୋଇଥିଲା । ଏହାପରେ ବଉଳ ଗଛ ଓ ଶାଗୁଆନ ଗଛ ଲଗାଯାଇଥିଲା । ଶେଷରେ ଘନଶ୍ୟାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.