ଆଜି ପ୍ରଥମାଷ୍ଟମୀ : ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ବଳଭଦ୍ର

ଭୁବନେଶ୍ୱର/ପୁରୀ : ଆଜି ମାର୍ଗଶିର ମାସର ପ୍ରଥମ ଅଷ୍ଟମୀ ବା ପ୍ରଥମାଷ୍ଟମୀ । ଆଜି ଦିନରେ ପରିବାରର ଜ୍ୟେଷ୍ଠ ସନ୍ତାନ ନୂତନ ବସ୍ତ୍ର ପରିଧାନ କରି ପୋଢୁଆଁ ହେବା ପରମ୍ପରା ରହିଛି । ଏହି ପର୍ବ ମାମୁଁଘର ସହ ଜଡିତ । ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବା ଲାଗି ମାମୁଁ ନୂଆ ପୋଷାକ, ପିଠା, ଫଳ ସହ ପୂଜା ସାମଗ୍ରୀ ନେଇ ଭଉଣୀ ଘରକୁ ଯାଇଥାନ୍ତି । ଜ୍ୟେଷ୍ଠ ସନ୍ତାନମାନଙ୍କୁ ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯାଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମାଆ ସୁଭଦ୍ରାଙ୍କ ମାମୁଁ ଘର ନିଆଳି ବ୍ଲକ୍ ମାଧବ ପଞ୍ଚାୟତ ମାଧବାନନ୍ଦ ମନ୍ଦିର । ତେଣୁ ଓଡିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଉପଲକ୍ଷେ ସୋମବାର ଶ୍ରୀଜିଉଙ୍କ ପାଇଁ ମାମୁଁଘରୁ ପୋଢୁଁଆ ଭାର ଆସିଛି । ଆଜି ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପାଇଁ ଶ୍ରୀଜିଉଙ୍କୁ ନୂତନ ବସ୍ତ୍ର ଲାଗି ହେବା ପରମ୍ପରା ରହିଛି ।

Leave A Reply

Your email address will not be published.