ବଲାଙ୍ଗିର, (କେପିଏନ୍ଏସ୍) : ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା, ତାଙ୍କ ବନ୍ଧୁ ପରିଜନ ତଥା ବଲାଙ୍ଗିର ସହରର ବହୁ ବୁଦ୍ଧିଜୀବୀ ତାଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୩୦ ଡିସେମ୍ବର,୨୦୨୦ରେ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିଲା । ତିଥି ଅନୁସାରେ ପରିବାର ପକ୍ଷରୁ ଆଜି ୧୯.୧୨.୨୦୨୧ରେ ଶ୍ରାଦ୍ଧ ବାର୍ଷିକୀ ପାଳନ ହେଉଛି ।