ହେଭେନ୍ ରାଇଟ୍ସର ପ୍ରଥମ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହେଭେନ୍ ରାଇଟ୍ସ ସାହିତ୍ୟ ପରିବାରର ପ୍ରଥମ ସନ୍ଧ୍ୟାରେ ପ୍ରଥମ ସଭା ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତସଭାରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ତଥା ମାର୍ଗଦର୍ଶକ ଜିତେନ୍ଦ୍ର ଗିରି ଯୋଗ ଦେବା ସହ ଏହାର ସମ୍ପାଦିକା ସୁଶ୍ରୀ ଋତମ୍ଭରା ପତି ଏବଂ ସହ ସମ୍ପାଦକ ଶ୍ରୀପାଲ ପଣ୍ଡା ଓ ଉପସଭାପତି ସୁଶ୍ରୀ ସ୍ନେହାଞ୍ଜଳି ସେଠିଙ୍କ ଉପସ୍ଥିତିରେ ଥିଲେ । ପରିବାରର କିପରି ଭାବେ ଆଗକୁ ଉନ୍ନତି ହେବ ସେ ସମ୍ପର୍କରେ ଏହି ସଭାରେ ଆଲୋଚନା ହୋଇଥିଲା । ଶ୍ରୀ ଗିରି ମହୋଦୟ ପରିବାରର ଉନ୍ନତି ମନାସି ନବ ପ୍ରତିଭା ମାନଙ୍କୁ ଭାରତ ଚନ୍ଦ୍ର ଛୁଇଁଲା ପରି ଆଗକୁ ବଢ଼ି ନିଜ ପ୍ରତିଭା ବଳରେ ଶୁକ୍ରକୁ ଛୁଇଁବାକୁ ପ୍ରବର୍ତ୍ତାଇ ଥିଲେ । ତେବେ ଏହି ସଭାରେ ମଞ୍ଚାସୀନ ଅତିଥି ଭାବରେ ଦେବାଶିଷ କର, ସ୍ନେହାଶିଷ ତ୍ରିପାଠୀ, କୃଷ୍ଣେନ୍ଦୁ ହୋତା, ସୁଭଦ୍ରା ପଟ୍ଟାୟତ, ଶୁଭ୍ରା କର ଓ ଅନ୍ୟସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ସଭା ପରିଶେଷରେ ନବ ପ୍ରତିଭାଙ୍କ ଦ୍ଵାରା ଏକ କବିତା ଓ ସଙ୍ଗୀତ ଆସର ଆୟୋଜନ ହୋଇଥିବା ବେଳେ ଅନେକ ସଂଖ୍ୟାରେ ଶ୍ରୋତାବନ୍ଧୁଗଣ ଜଡ଼ିତ ହୋଇ କବିତା ଆସରକୁ ଉପଭୋଗ କରିବା ସହ ନବ ପ୍ରତିଭାଙ୍କୁ ଉସାହିତ କରିଥିଲେ । ଏହା ସହ ମିମିକ୍ରି କଳାକାର କୃଷ୍ଣେନ୍ଦୁ ହୋତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵର ମାଧ୍ୟମରେ ସମସ୍ତ ଅତିଥି, କବି ଓ ଅନ୍ୟ ଜଡ଼ିତ ଥିବା ଶ୍ରୋତା ମଣ୍ଡଳୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.