oom

ବୌଦ୍ଧ ପ୍ରଥମ ପର୍ଯ୍ୟାୟରେ ୨ ବିଜେଡି ୧ ବିଜେପି ବିଜୟୀ

jsmm

ବୌଦ୍ଧ, (ମମତା ମହାକୁର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବୌଦ୍ଧ ୯ ଗୋଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଗଣତିରେ କଣ୍ଟାମାଲ ବ୍ଲକର ୧ ନଂ ଜୋନ ଜିଲ୍ଲା ପରିଷଦ ଜୋନ ବିଜେଡି ପ୍ରାର୍ଥୀ ସୁମିତ୍ରା ସାହୁ ୨୨୬୪ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ପଦ କଂହରଙ୍କ ଠାରୁ ବିଜୟୀ ହୋଇଛନ୍ତି । ଠିକ ସେହିପରି ବୌଦ୍ଧ ବ୍ଲକ ୪ ନମ୍ବର ଜୋନର ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ରାକେଶ ତ୍ରିପାଠୀ ବିଜେଡି ପ୍ରାର୍ଥୀ ବୈଜନ୍ତି ପ୍ରଧାନଙ୍କୁ ୫୪୯୬ ଖଣ୍ଡ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ହରଭଙ୍ଗା ବ୍ଲକର ଜୋନ ୭ର ବିଜେଡି ପ୍ରାର୍ଥୀ ବିଶ୍ୱଜିତ ମିଶ୍ର ବିଜେପି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କୁ ୨୮୨୦ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।

jittmm
Leave A Reply

Your email address will not be published.