ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଦଶମ ସନ୍ଧ୍ୟା : ନାୟିକା ରାଉରକେଲା ତରଫରୁ ନାଟକ ‘କୂଅ ଚୋରି’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଦଶମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ନାୟିକା ରାଉରକେଲା ତରଫରୁ ନାଟକ ‘କୂଅ ଚୋରି’ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ରତି ରଞ୍ଜନ ମିଶ୍ର ରଚନା ଓ ନିର୍ଦ୍ଦେଶକ କନକଲତା ଦାସ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ପୁଲିନ ରାଉତରାୟ ଦେଇଥିବା ବେଳେ ପ୍ରଳୟ ଶତପଥୀ ମଞ୍ଚସଜ୍ଜା ଦାୟିତ୍ଵ ତୁଲାଇଥିଲେ । ନାଟକରେ କ୍ଷିରୋଦା ବାରିକ, କନକଲତା ଦାସ, ଇପ୍ସିତା ପଣ୍ଡା, ମାଳତୀ ସୂତାର, ଅରୁନ୍ଧତୀ ସ୍ୱାଇଁ, ଶାନ୍ତିଲତା ଦାସ ପ୍ରମୁଖ ଅଭିନୟ କରିଥିଲେ । ନାଟକର ବିଷୟ ବସ୍ତୁ ହେଲା ଆମ ସମାଜରେ ଭୋକ ଉପାସରେ ରହୁଥିବା ଗରିବମାନଙ୍କ ଅପେକ୍ଷା ଭଲ ଖାଉଥିବା, ଭଲ ପିନ୍ଧୁଥିବା, କୋଠାଘରେ ରହୁଥିବା ମଣିଷମାନେ ଅଧିକ ଦୁର୍ନୀତି କରୁଛନ୍ତି । ଶହ ଶହ ଅସହାୟ ଗରିବମାନଙ୍କ ମୁଣ୍ଡ ଉପରେ ପାଦ ଥାପି ଉପରକୁ ଯିବା ପ୍ରୟାସ କରୁଛନ୍ତି । ଏହା ଦ୍ୱାରା ସାମାଜିକ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି । ଆଜିକାଲି ଦୁର୍ନୀତି ଆମ ସମାଜରେ ଅସ୍ଥିମଜ୍ଜ ଗତ ହୋଇଯାଇଛି । ସେଇ ଦୁର୍ନୀତିର ଶିକାର ହୋଇ ଜଣେ କୃଷକ କିପରି ଆତ୍ମହତ୍ୟା କରିଛି ଏଵଂ ତାର ସ୍ତ୍ରୀ ନ୍ୟାୟ ପାଇବା ପାଇଁ କିପରି ଥାନାର ଦ୍ୱାରସ୍ଥ ହୋଇ ନିର୍ଯ୍ୟାତିତ ହୋଇଛି । ପରିଶେଷରେ ନ୍ୟାୟ ପାଇବାରେ ସମର୍ଥ ହୋଇଛି ତା’ର ଏକ ନିଛକ ଚିତ୍ର ହାସ୍ୟ ବ୍ୟଙ୍ଗ ମାଧ୍ୟମରେ ଉପସ୍ଥାପିତ ହୋଇଛି ନାଟକ କୂଅ ଚୋରି । ଆଜିର ଏହି ନାଟକରେ ଉଦ୍‌ଘାଟକ ଭାବେ ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଓ ମୁଖ୍ୟ ଅତିଥିଭାବେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ଥିଲେ । ଉଦ୍‌ଘାଟକ ଶ୍ରୀ ମହାନ୍ତି କହିଲେ ଯେ ନାଟକ ସାମାଜିକ ବ୍ୟବସ୍ଥାର କଥା କୁହେ ଓ ଏହା ସମାଜ ପାଇଁ ଅନେକ ଉପଯୋଗୀ । ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ନାଟକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ଏହାଠାରୁ ଅନେକ ଶିକ୍ଷା ଆହରଣ ହୋଇଥାଏ । ଏକତ୍ର ତରଫରୁ ରାଧାଶ୍ୟାମ ମହାନ୍ତି ସଭାରେ ଅଧ୍ୟକ୍ଷତା କରିବା ସହ ବାଗତ ଭାଷଣ ଓ ସଦସ୍ୟ ଗଙ୍ଗାଧର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ, କୃପାସିନ୍ଧୁ ନାୟକ, ଶରତ ଚନ୍ଦ୍ର ଧଳ, ଆଲୋକ ବୋଷ, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, ଆନନ୍ଦ ଚନ୍ଦ୍ର ମହାନ୍ତି, ଶରତ ଦାସ, ଅକ୍ଷୟ ଧଳ, ପ୍ରଜ୍ଞାନନ୍ଦ ମହାନ୍ତି, ମ‌ହେନ୍ଦ୍ର ପଟ୍ଟନାୟକ, ହେମନ୍ତ ପଟ୍ଟନାୟକ, ବିମାନ ମାଇତି, ବସନ୍ତ ନାୟକ, ଉମାକାନ୍ତ ବିଶୋଇ, ପାରେଶ୍ୱର ବିଶ୍ୱାଳ, ଅକ୍ଷୟ ସାମଲ, ସୁରେନ୍ଦ୍ର ପାଢ଼ୀ, ଭାସ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରବୀର କୁମାର ଜେନା ମଞ୍ଚ ସଂଯୋଜନା କରିଥିଲେ । ନାଟକର ରୂପସଜ୍ଜାରେ କଲ୍ୟାଣୀ ଦାସ ଓ ମମତା ସାମନ୍ତରାୟ, ଶବ୍ଦ ଓ ଆଲୋକରେ ସାନୁ ଶ୍ରୀଲାଇଟ୍ସ ତଥା କଲ୍ୟାଣୀ ଦାସ ଓ ରୁନୁ ବେକ୍ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.