କଣ୍ଟାବାଞ୍ଜିରେ ପ୍ରଥମ ବର୍ଷ ଜାତୀୟସ୍ତରୀୟ ବିଜୁ ପଟ୍ଟନାୟକ ଓପନ୍‌ ଚେସ୍‌ ଚାମ୍ପିୟାନ୍‌ସିପ୍‌ ଆରମ୍ଭ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ଚେସ୍‌ ଏସୋସେସନ୍‌ ପକ୍ଷରୁ କଣ୍ଟାବାଞ୍ଜି ହରିଭବନଠାରେ ଜିଲ୍ଲା ଚେସ୍‌ ଏସୋସେସନ୍‌ ସହଯୋଗରେ ଆଜି ପ୍ରଥମ ବର୍ଷ ଜାତୀୟସ୍ତରୀୟ ବିଜୁ ପଟ୍ଟନାୟକ ଓପନ୍‌ ଚେସ୍‌ ଚାମ୍ପିୟାନ୍‌ସିପ୍‌ ଶନିବାର ଶୁଭାରମ୍ଭ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜୀ ମହମ୍ମଦ ଆୟୁବ ଖାଁ, ବିଜେଡି ରାଜ୍ୟ ସମ୍ପାଦକ ଉଦ୍ଧବ ବେହେରା, ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସେସନ୍‌ ସମ୍ପାଦକ ପ୍ରିୟବ୍ରତ ପଣ୍ଡା, ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ସଭାପତି ଆକାଶ ଜୈନ, ଆୟୋଜକ କମିଟି ସଭାପତି ସୁକଦେବ ମହାନ୍ତି, ସମ୍ପାଦକ ମଚିନ୍ଦ୍ର ନାରାୟଣ ବେହେରା, ପ୍ରତିଯୋଗିତା ନିର୍ଦ୍ଦେଶକ ଆଶିଷ ଖୈତାନ, ପ୍ରତିଯୋଗିତା ପରିଚାଳକ ଭାବେଶ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଚାମ୍ପିୟାନ୍‌ସିପ୍‌ରେ ରାଜ୍ୟ ତଥା ରାଜ୍ୟ ବାହାରର ୧୬୭ଜଣ ପ୍ରତିଯୋଗୀମାନେ ଭାଗ ନେଇଥିବା ବେଳେ ଆସନ୍ତା ୧୫ ତାରିଖ ଯାଏ ଚାଲିବ ଏହି ଚାମ୍ପିୟାନ୍‌ସିପ୍‌ । ଅନ୍ୟପକ୍ଷରେ ଏଭଳି ଆୟୋଜନ ଯୋଗୁ କଣ୍ଟାବାଞ୍ଜିର ଚେସ୍‌ ଖେଳାଳିମାନେ ଉତ୍ସାହିତ ହୋଇ ଆଗକୁ ଏଭଳି ପ୍ରତିଯୋଗିତାରେ ଭାଗ ନେବାକୁ ଆଗକୁ ଆସିବେ ତାହା ଖେଳାଳିମାନଙ୍କ ପାଇଁ ଶୁଭ ସଂକେତ ବୋଲି ମଞ୍ଚାସୀନ ଅତିଥି କହିଥିଲେ । ବିଧାୟକ ସାଲୁଜା ଏବଂ ପୂର୍ବତନ ବିଧାୟକ ଖାଁ କିଛି ସମୟ ଚେସ୍‌ ଖେଳି ଏହି ଚାମ୍ପିୟାନ୍‌ସିପ୍‌ର ଶୁଭାରମ୍ଭ କରିଥିବା ବେଳେ ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । କଣ୍ଟାବାଞ୍ଜି ଚେସ୍‌ ଏସୋସେସନ୍‌ କାର୍ଯ୍ୟକାରୀ ସଭାପତି ସଂଯୋଜକ ସତୀଶ ମାରୁ, ପରମର୍ଶଦାତା ରାଜେଶ କୁମାର, ଦେବେନ୍ଦ୍ର ଯୋଶୀ, ଜିତେଶ ମାରୁ, ଦେବ ମହାନ୍ତି, ଦେବାର ବାରିକ, ପ୍ରଶାନ୍ତ ପାଢୀ, ରଞ୍ଜିତ ସିଂ ବାବୁ, ବିଶ୍ଵନାଥ ଅଗ୍ରୱାଲ, ଅରବିନ୍ଦ ଚନ୍ଦନ, ବିବେକ ଶର୍ମା, ପ୍ରିତିଶ ମହାନ୍ତି, ମନୀଷ ଜୈନ, ବିପୁଳ ମାରୁ, ସୁଶାନ୍ତ ମିଶ୍ର, ଜିତେଶ ମାରୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.