oum

ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ କୋଭିଡ଼ ଗାଇଡ଼ ଲାଇନ୍‌ ଅନୁସାରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ କରାଯିବ । ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ପ୍ରାତଃ ସାଢେ଼ ୪ଟା ସମୟରେ ରାମଧୂନ, ସକାଳ ୭ଟା ୩୦ମି.ରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କୋଭିଡ଼ ଗାଇଡ଼ ଲାଇନ୍‌ ଅନୁସାରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ୭ଟା ୪୫ମି. ଠାରୁ ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ । ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୂର୍ବାହ୍ନ ୯ଟା ୧୫ମି. ସମୟରେ ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତଥା କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସ୍ୱାଧୀନତା ଦିବସରେ କେବଳ ପୋଲିସ ବ୍ୟାଣ୍ଡ ଓ ୨ଗୋଟି ପୋଲିସ କଣ୍ଟିନ୍‌ଜେଣ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଛାତ୍ରଛାତ୍ରୀ କିମ୍ବା ଅନ୍ୟକୌଣସି ଅନୁଷ୍ଠାନର ପ୍ଲାଟୁନ୍‌ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ । ଉତ୍ସବରେ ପ୍ୟାରେଡ଼ କିମ୍ବା ମାର୍ଚ୍ଚ ପାଷ୍ଟ ହେବନାହିଁ । ଜନସାଧାରଣଙ୍କୁ ପ୍ୟାରେଡ଼ ଉତ୍ସବ ସ୍ଥଳକୁ ଆସିବାକୁ ବାରଣ କରାଯାଇଛି । କେବଳ ସୀମିତ ସଂଖ୍ୟକ କୋଭିଡ଼୍‌ ଯୋଦ୍ଧା ଓ ବ୍ୟକ୍ତିବିଶେଷଙ୍କୁ ଉତ୍ସବ ସ୍ଥଳକୁ ନିମନ୍ତ୍ରଣ କରାଯିବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.