centurian jitm

ୱେଷ୍ଟେର୍ଣ୍ଣ ଓଡ଼ିଶା ସେଲିବ୍ରେଟି ପ୍ରିମିଅର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧ଟା ସମୟରେ ବଲାଙ୍ଗିର ଯାଦବ ଭବନ ଠାରେ ବିନୋଦ କୁମାର କାଲସାଏଙ୍କ ସଭାପତିତ୍ବରେ ପଶ୍ଚିମ ଓଡ଼ିଶାର ସମସ୍ତ କଳାକାର ମାନଙ୍କୁ ନେଇ ଏକ ବନ୍ଧୁତା ପୂର୍ଣ୍ଣ ୱେଷ୍ଟେର୍ଣ୍ଣ ଓଡ଼ିଶା ସେଲିବ୍ରେଟି ପ୍ରିମିଅର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟକୁ ବଞ୍ଚାଇବାକୁ ହେଲେ ସମସ୍ତ କଳାକାର ମାନଙ୍କୁ ଏକ ହେବାକୁ ପଡିବ । ତେଣୁ ପଶ୍ଚିମ ଓଡ଼ିଶାର ସମସ୍ତ କଳାକାର ମାନଙ୍କୁ ନେଇ ଏକ ବନ୍ଧୁତା ପୂର୍ଣ୍ଣ ୱେଷ୍ଟେର୍ଣ୍ଣ ଓଡ଼ିଶା ସେଲିବ୍ରେଟି ପ୍ରିମିଅର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ପ୍ରସ୍ତୁତି ହୋଇଯାଇଛି । ଏହା ଆସନ୍ତା ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଅଛି ।
ଆଜିର ଏହି ବୈଠକରେ ଗୋପାଳ ପ୍ରଧାନ, ହିମାଂଶୁ ଖମାରୀ, ରୁକୁ ‌ସୁନା, ଆର. ଜେ. ମନିଷ, ସରୋଜ ସାହୁ, ରାଜ ସେନ୍ଦ୍ରିଆ, ପ୍ରକାଶ ଥନାପତି, ଭିକି ପ୍ରେ, ରଞ୍ଜିତ ଏମ ଏନ, ରଞ୍ଜନ ଦୀପ, ଅନିଲ ସେଠ, ଜଗା ରାଏ, ପିକୁ ବାରିକ, ତୁଫାନ ସାହୁ, ଆଶୁତୋଷ ବାପି, ସୁରେଶ ରଥ, ଚନ୍ଦନ ଦନ୍ତା, ରାଜ ଚନ୍ଦନ, ଶୁଭମ ଉଦୁରକୁଲିଆ, ମିଥୁନ ତାଣ୍ଡି, ଅନିଲ କୁମାର, ସୁମେସ ଡାଙ୍ଗା, ରବି ଖମାରୀ, ଚୁଲବୁଲ ମୁନା, ନିରଞ୍ଜନ ନାଗ, ଜିତେନ୍ଦ୍ର ବାଗ, ପୂର୍ଣ୍ଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶେଷରେ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.