
ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର 30 ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହ ଗଣନା ଏବଂ ଗୃହ ତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯକ୍ରମରେ ଅପ୍ରେଲ୍ 16 ତାରିଖରୁ ମଇ 15 ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ 1 ତାରିଖରୁ ଅପ୍ରେଲ୍15 ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର କାର୍ଯ୍ୟକ୍ରମ ଜାରି ରହିଛି ।ଏହି କାର୍ଯ୍ୟକ୍ରମରେ Self-Enumeration Portal (se.census.gov.in) ପୋର୍ଟାଲ ମାଧ୍ୟମରେ ଜନ ସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି ।ଏହି ଗୃହ ଗଣନା ଏବଂ ଗୃହ ତାଲିକା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ,176000 ପରିବାରସ୍ଵ-ଗଣନାରେ ନିଜର ତଥ୍ୟ ପ୍ରଦାନ କରିସାରିଛନ୍ତି । ଏହିସ୍ଵ-ଗଣନା ପୋର୍ଟାଲରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଆଗାମୀ ୧୫ ତାରିଖ ସୁଦ୍ଧା ଯଥା ଶୀଘ୍ର ତଥ୍ୟ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ଏକାନ୍ତ ଅନୁରୋଧ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମହାନଗରନିଗମର କମିଶନର ମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥିବା ସ୍ଥଳେ ଅତିରିକ୍ତ ଜିଲ୍ଲାପାଳ ମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଏଥି ସହିତ ଜିଲ୍ଲାପାଳଙ୍କ ଅଧିନରେ ପ୍ରତ୍ୟେକ ତହସିଲର ତହସିଲଦାର ଏବଂ ବୈଧାନିକ ସହର ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି।ଓଡ଼ିଶା ସରକାରଙ୍କର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରୁଛି ।ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକ ମାନଙ୍କୁ ଗଣନାକାରୀ ଭାବରେ ନିଯୁକ୍ତ କରାଯାଇଛି ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ । ଏହି ତାଲିମ ପ୍ରାପ୍ତ ଗଣନାକାରୀ ମାନେ ଘରକୁ ଘର ବୁଲି ଅପ୍ରେଲ୍ 16 ତାରିଖ ରୁମେ 15 ତାରିଖ ପର୍ଯ୍ୟନ୍ତ ମୋବାଇଲ ଆପ ମାଧ୍ୟମରେ ଗୃହ ଗଣନା କାର୍ଯ୍ୟକ୍ରମର ତଥ୍ୟ ସଂଗ୍ରହ କରିବେ ।
ଗୃହ ଗଣନା ଓ ଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କିତ ଯେକୌଣସି ସମସ୍ୟା ଓ ଅସୁବିଧାର ସମାଧାନ ସକାଶେ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶାର ଟୋଲଫ୍ରି ଟେଲିଫୋନ ନମ୍ବର ୧୮୫୫ରେ ଆପଣମାନେ ଯୋଗାଯୋଗ କରିପାରିବେ ।
ଆଜିର ଏହି କାର୍ଯ୍ୟକ୍ରମର ଶୁଭ ଅବସରରେ ଜନଗଣନା ସକାଶେ ଉତ୍ସର୍ଗୀ କୃତ ସଙ୍ଗୀତର ଆନୁଷ୍ଠାନିକ ଶୁଭାରମ୍ଭ କରିବାକୁ ଯାଉଛୁ ।
ଭାରତୀୟ ଜନଗଣନାରେ ଏହା ହେଉଛି ପ୍ରଥମ ଡିଜିଟାଲ ଜନଗଣନା ଏବଂ ପ୍ରଥମ ଥର ପାଇଁ ଭାରତୀୟ ଜନଗଣନାରେ ସ୍ୱ-ଗଣନାର ପ୍ରାବଧାନ ରହିଛି, ଏବଂ ସ୍ୱ-ଗଣନାର ତଥ୍ୟକୁ ଗଣନାକାରୀଙ୍କ ଦ୍ୱାରା ପୁନରାୟ ଯାଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଜନଗଣନାରେ CMMS Portal ର ବ୍ୟବହାର ରହିବା ସହିତ ହାଉସ୍ଲିଷ୍ଟିଙ୍ଗ ବ୍ଳକ ସୃଷ୍ଟିକରିବା ପାଇଁ ଡିଜିଟାଲ ମାଧ୍ୟମର ଉପଯୋଗ କରାଯାଇଛି ।କାର୍ଯ୍ୟକ୍ରମର ସଫଳ ରୂପାୟନ ସକାଶେ ଆପଣଙ୍କର ଆନ୍ତରିକ ଯୋଗଦାନ ଏକାନ୍ତ ଅପରିହାର୍ଯ୍ୟ ।