ଗାନ୍ଧୀ ଜୟନ୍ତୀରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନ ପାଇଁ ରୂପରେଖ ପ୍ରସ୍ତୁତି

  • ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଚିର ସ୍ମରଣୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପ୍ରାଚୀନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଗାନ୍ଧୀ ସମାଧି ସ୍ଥଳରେ ଆଜି ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ । ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥ ସ୍ଥିତ ଗାନ୍ଧୀ ସମାଧି ପୀଠରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳନ କରିଛି । ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ସମାଧି ପୀଠ ଓ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଂଗ୍ରାମୀ ଗଙ୍ଗାଧର ସାହୁଙ୍କ ଦ୍ଵାରା ରାମଧୁନି ଗାନ ପରେ ସଂଗ୍ରାମୀ ପୂର୍ବତନ ଆବାହକ ଧିରେନ୍ ମହାନ୍ତି, ପୂର୍ବତନ ଆବାହକ ରାହାସ ବିହାରୀ ସାହୁ, ସୁରେଶ ପ୍ରଧାନ, ଶୁକ୍ୟ ସାହୁ, ଡୋଲାମଣି ପାଣ୍ଡେ, ବିନୋଦ ସେଠ୍, ମାନସୀ ପାଣ୍ଡେ, ନଟବର ପ୍ରଧାନ, ସାମ୍ବାଦିକ ନିରୋଜ କୁମାର ପାଣୀ ଓ କୁଞ୍ଜ ବିହାରି ସାହୁ ପ୍ରମୁଖ ଯୋଗଦେଇ ଗାନ୍ଧୀ ବିଚାରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ହୋଇ ସଫଳତା ହାସଲ କରିଥିବା କାରଣରୁ ଅଞ୍ଚଳ ପାଇଁ ଚିର ସ୍ମରଣୀୟ ରହିବ ବୋଲି ସଂଗ୍ରାମୀ ମାନେ ମତବ୍ୟକ୍ତ କରିଥିଲେ । ଆଜି ଏ ଅବସରରେ ଯୁବ ପରିଷଦ ଆଗାମୀ ଦିନର ରୂପରେଖ ପ୍ରସ୍ତୁତି କରି ସଂଗ୍ରାମ ଜାରି ରଖିବାକୁ ବିଧିବଦ୍ଧ ନିଷ୍ପତ୍ତି ନେଇଛି । ଏଥିସହ ବର୍ତ୍ତମାନ ଓଡିଶା ସରକାର ଦ୍ଵିତୀୟ ଚିଡ଼ିଆଖାନା ପାଇଁ ପ୍ରସ୍ତାବ ନେଇ ଥିବାରୁ ଗନ୍ଧମାର୍ଦ୍ଦନ ପାହାଡର ପାଦଦେଶର ନୃସିଂହନାଥ ଠାରେ ଚିଡ଼ିଆଖାନା କରିବାକୁ ଦାବୀ କରିଛି ।

Leave A Reply

Your email address will not be published.

error: Content is protected !!