ବିଶାଶହେ କୁଳ କୁଲିତା ସମାଜର ମହାସଭା ପାଇଁ ରାମଚଣ୍ଡୀ ମନ୍ଦିରରେ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ, ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ନିକଟସ୍ଥ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ବିଶାଶହେ କୁଳ କୁଲିତା ସମାଜର ମହାସଭା କରାଯିବା ପାଇଁ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ସଭାରେ ସଭାପତିତ୍ୱ କରିଥିଲେ ବଲାଙ୍ଗିର ଜିଲ୍ଲାର ବେଳାର ସିଂ ଭୋଇ, ପରିଚାଳନା କରିଥିଲେ ଗୋପାଳ ପ୍ରଧାନ ଓ ରଥିଲାଲ ଗୁପ୍ତା । କୁଳିତା ସମାଜର ପଦ୍ମପୁର କାର୍ଯ୍ୟକାରିଣୀ ସଭାପତି ଯୋଗେନ୍ଦ୍ର କୁମାର ଭୋଇ ଉପସ୍ଥିତ ସମସ୍ତ କୁଲିତା ଜାତିଭାଇ ମାନଙ୍କୁ ବିନମ୍ର ନମସ୍କାର କରିବା ସହ ସ୍ୱାଗତ ଭାଷଣ ଦେଇ ଥିଲେ । ବୈଠକରେ ଅନେକ ଆଲୋଚନା ହେବା ପରେ କୁଲିତା ସମାଜ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ନୃସିଂହନାଥରେ ମହାସଭା ଆୟୋଜନ କରାଯିବା ନେଇ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ହୋଇଥିଲା । ଓଡିଶା ତଥା ଛତିଶଗଡ଼ରୁ ବିଭିନ୍ନ ଜିଲ୍ଲାରୁ ୨୧ ଜଣିଆ କମିଟି ଗଠନ କରାଯାଇଥିଲା । ଏହି କମିଟି ଆସନ୍ତା ମହାସଭାର ରୂପ ରେଖ ପ୍ରସ୍ତୁତ କରିବେ ବୋଲି ଜଣାଯାଏ । ଆଜିର ପ୍ରସ୍ତୁତି ବୈଠକରେ ସମାଜର ବିଶିଷ୍ଠ ପଦାଧିକାରୀ ସରୋଜ ସାହୁ, ହରିଚରଣ ପ୍ରଧାନ, ଗିରିଧାରୀ ସାହୁ, ସୁବର୍ଦ୍ଧନ ପ୍ରଧାନ, ଦିବାକର ପ୍ରଧାନ, ବାସୁଦେବ ପ୍ରଧାନ, କେଶବ ଭୋଇ, ସୁରେଶ ପ୍ରଧାନ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିବା ବେଳେ ମହାଅନୁଭବୀ ମାନ୍ୟଗଣ୍ୟ ବ୍ୟକ୍ତି ତଥା କୁଲିତା ଜାତିର ଅଗ୍ରଣୀ ମା, ଭଉଣୀମାନେ ଯୋଗଦାନ କରିଥିଲେ । ପାଇକମାଳର ତଥା ବିଭିନ୍ନ ଅଂଚଳରୁ ଆସିଥିବା ଯୁବକ, ଯୁବତୀମାନେ ବିଭିନ୍ନ କାମରେ ସାହାଯ୍ୟ କରି ଆଜିର ବୈଠକକୁ ସଫଳ କରିଥିଲେ । ଶେଷରେ ସମସ୍ତଙ୍କୁ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା, ପାଇକମାଲ ଯୁବକ ମାନଙ୍କ ଭୂମିକା ବେଶ ନିଆରା ଥିଲା ।

Leave A Reply

Your email address will not be published.