oom

ଗ୍ରାମୀଣ ନାଟ୍ୟ ଦିବସ ନିମନ୍ତେ ପ୍ରସ୍ତୁତି

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ତରଫରୁ ଏକ ନାଟକ ପ୍ରଯୋଜନା ନିମନ୍ତେ ଗତ ଦୁଇ ଦିନ ହେଲା ନାଟକର ରିହର୍‌ସଲ୍ ଅବା କଳାକାରଙ୍କୁ ନେଇ ଆଖଡା ଆରମ୍ଭ ହୋଇଯାଇଛି । ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତଙ୍କ ରଚିତ ପାରିବାରିକ ନାଟକ ‘ଉଡ଼ିଗଲା ସାରୀ’ର ବିଧିବତ୍ ପାଣ୍ଡୁଲିପି ପୂଜନ ହୋଇ ସ୍ଥାନୀୟ ପ୍ରେମ ନଗର ମୁଖ୍ୟ ସଡକ ସ୍ଥିତ ଭଞ୍ଜମଣ୍ଡପ ଠାରେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ରିହର୍‌ସଲ୍ ଆରମ୍ଭ ହୋଇଯାଇଛି । ନାଟକଟିରେ ସ୍ୱନାମଧନ୍ୟ ଅଭିନେତ୍ରୀ ଚାନ୍ଦମାମା, ଛବିରାଣୀ, ଲୁଶି, ପିଙ୍କି, ରଜନୀ, ଜାହ୍ନବୀ ପଣ୍ଡା ପ୍ରମୁଖ ଅଭିନୟ କରୁଥିବାବେଳେ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରୁଛନ୍ତି । ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି, ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଏବଂ ମାଷ୍ଟର୍ ସଞ୍ଜୟ କୁମାର ବିଷୋୟୀ । ଏହି ପାରିବାରିକ ମହିଳା ନାଟକଟି ଗ୍ରାମୀଣ ନାଟ୍ୟ ଦିବସ ଏବଂ ମହାସଂଘ ସଭାପତି ଡା. ତିରୁପତି ସାହୁଙ୍କ ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ ଅଗଷ୍ଟ ଆଠ ତାରିଖ ସନ୍ଧ୍ୟା ୭ଟା ସମୟେ ସ୍ଥାନୀୟ ଗିରିମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ମହାସଂଘ ସୁବାସ ଚନ୍ଦ୍ର ସାହୁ (ରୋଶନ୍) ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ପ୍ରଦୀପ କୁମାର ସାହୁ, କୃଷ୍ଣ ପ୍ରସାଦ ସାବତ, ଶୃତି ସ୍ୱାଧୀନା ସାବତ ପ୍ରମୁଖ ସକ୍ରିୟ ସହଯୋଗ କରି ଆସୁଛନ୍ତି ।

jittmm
Leave A Reply

Your email address will not be published.