oum

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ କମିଟିର ସଭାପତି ଡା. ଦେବାଶିଷ ରଥଙ୍କ ସଭାପତିତ୍ୱରେ ଚଳିତ ବର୍ଷ ୨୦୨୪ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୦୭.୦୭ ୨୦୨୪ ରବିବାର ରଥଯାତ୍ରା ଦିନ ଅପରାହ୍ନ ୬ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ମାଁ ମାଉସୀ ମନ୍ଦିରକୁ ପ୍ରବେଶ କରିବେ, ପ୍ରତ୍ୟେକ ଦିନ ସକାଳ ୭:୩୦ ସମୟରେ ଓ ସନ୍ଧ୍ୟା ୬:୩୦ ସମୟରେ ମାଉସି ମାନଙ୍କ ଓ ସାତ ଦିନର ବିଭିନ୍ନ କର୍ତ୍ତାଙ୍କ ଦ୍ୱାରା ମହା ଆଳତି ସଙ୍ଗେ ତା. ୦୯.୦୭.୨୦୨୪ରୁ ତା.୧୨.୦୭.୨୦୨୪ ସନ୍ଧ୍ୟା ୦୭.୦ ଘଣ୍ଟା ସମୟରୁ ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ ପ୍ରବଚକ ଇପ୍ସିତ ମିଶ୍ରଙ୍କ ଦ୍ୱାରା ଆୟୋଜନ ହେବା ସହିତ ୧୩.୦୭.୨୦୨୪ ମହିଳା ବୈଠକୀ ଓ ୧୪.୦୭.୨୦୨୪ ପୁରୁଷ ବୈଠକୀ ଆୟୋଜିତ ହେବ । ପ୍ରତ୍ୟେକ ଦିନ ମାଧ୍ୟାନ୍ନ ୧୨.୩୦ଟାରେ ମହାପ୍ରଭୁଙ୍କ ଅନ୍ନ ଭୋଗର ବ୍ୟବସ୍ତା ଅଛି, ବାହୁଡା ଦିନ ସାଂସ୍କୃତିକ ଦଳ ସାଙ୍ଗରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ଘ. ୪.୦ଟା ସମୟରେ ନିଜର ଶ୍ରୀମନ୍ଦିର ବାହୁଡି ଯିବେ, ପଦ୍ମପୁର ସମସ୍ତ ଆବାଲ ବୃଦ୍ଧ ବନିତା ଏହି ରଥଯାତ୍ରାଠୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଆସି ପ୍ରଭୁଙ୍କ ଆଶୀର୍ବାଦ ନେବା ସହିତ ଯାତ୍ରାର ମଜା ନେବାକୁ କମିଟି ତରଫରୁ ଅନୁରୋଧ, ଆଜିର ବୈଠକରେ ମାଉସି ମାଁ ମନ୍ଦିର, ଶାନ୍ତିନଗର ପଦ୍ମପୁରର ସମସ୍ତ ବୟୋଜୈଷ୍ଠ ଉପଦେଷ୍ଠା ଓ ସମସ୍ତ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।

Leave A Reply

Your email address will not be published.