om academy

ନୃସିଂହନାଥରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ମନ୍ଦିରରେ ପୂଜା ପାଆନ୍ତି ମାର୍ଜାର କେଶରୀ ନୃସିଂହ ମହାପ୍ରଭୁ । ମନ୍ଦିରରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ଶୋଭଦ୍ରାଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ନୃସିଂହନାଥରେ ପବିତ୍ର ରଥଯାତ୍ରା ମଧ୍ୟ ପାଳନ ପ୍ରତିବର୍ଷ ହୁଏ ମହାଆଡମ୍ବରରେ । ରଥଯାତ୍ରା ପ୍ରସ୍ତୁତି ବୈଠକ ପାଇଁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ଆହ୍ୱାନ କ୍ରମେ ଭୋଗ ମଣ୍ଡପରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ବ୍ରାହ୍ମଣ ସମାଜର ସଭାପତି ଗିରିଶ ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ନୃସିଂହନାଥ ମନ୍ଦିରରୁ ପାଇକମାଲ ୪ କିଲୋମିଟର ରାସ୍ତା ରଥରେ ତିନି ଠାକୁରଙ୍କୁ ବସାଇ ଟଣା ହେଉଥିବାରୁ ଯତ୍ନ ସହକାରେ ଧୀରେ ଧୀରେ ରଥ ଟାଣିବା ପାଇଁ ଆଲୋଚନା ହୋଇଥିବାବେଳେ ଚଳିତ ବର୍ଷ ଗୋଟିଏ ଦିନରେ ଠାକୁରଙ୍କୁ ନବ ଯୌବନ ଦର୍ଶନ ଓ ନେତ୍ର ଉତ୍ସବ ପଡ଼ୁ ଥିବାରୁ ଶୀଘ୍ର ପହଣ୍ଡି ବିଜେ କରାଯିବା ନେଇ ଆଲୋଚନା ହୋଇଥିଲା । ପାଇକମାଲ ସ୍ଥିତ ମାଉସୀ ମା’ ମନ୍ଦିରରେ ନବମୀ ଦିନ ସମସ୍ତଙ୍କୁ ଅନ୍ନ ଭୋଗ ବଣ୍ଟନ କରାଯିବା ନେଇ ଆଲୋଚନା ହୋଇଥିଲା । ଶେଷରେ ରଥଯାତ୍ରା ପରିଚାଳନା କମିଟି ସଭାପତି ସରୋଜ ସାମଲ ପବିତ୍ର ରଥଯାତ୍ରାରେ ସମସ୍ତେ ମିଳି ମିଶି କାମ କଲେ ସରସ ସୁନ୍ଦର ହେବ ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବୈଠକରେ ସୁଶାନ୍ତ ନାଗ, ରୋଶନ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, ଜନାର୍ଦ୍ଦନ ପଣ୍ତା, ବିନୋଦ କାଲିଆ, ମାତୃ ପ୍ରସାଦ ରଥ, ଆଶୁତୋଷ ସାହୁ, କୁସୁମ ରାଓ, ବୁଲୁ ନାୟକ, ବିଭୁତି ଭୂଷଣ ମୁଣ୍ତ, ନନ୍ଦଲାଲ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.