om academy

ସିରଜିନାର ବନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କଚେରୀ ପରିସର ମଧ୍ୟରେ ସିରଜିନା ଅନୁଷ୍ଠାନ ପକ୍ଷରୁ ସୁଶ୍ରୀ ଜିତେଶ୍ୱରୀ ଦାସଙ୍କ ଅଧ୍ୟକ୍ଷତାରେ ସିରଜିନା ବନ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୭ ତାରିଖ ୫ଟାରେ ପଦ୍ମପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ କେନ୍ଦ୍ରରେ ସିରଜିନା ସୌଜନ୍ୟରେ ବନ ମହୋତ୍ସବ ଅନୁଷ୍ଠିତ ହେବ । ସମସ୍ତେ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି । ଆସନ୍ତା ଅଗଷ୍ଟ ୧ ତାରିଖ ଦିନକୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀକୁ ସମଲପୁରୀ ଦିନ ରୂପେ ପଦ୍ମପୁର ଟାଉନ ହଲ୍‌ରେ ପାଳନ କରାଯିବ । ଏହି ଦିନରେ ସମ୍ବଲପୁରୀ କବିତା ପାଠ, ଗୀତ ଓ ସମ୍ବଲପୁରୀ ନାଟକ କାର୍ଯ୍ୟକ୍ରମ ରହିଛି । ବିଶିଷ୍ଟ କଳାକାର ସନୟ କୁମାର ମେହେର (ମିନି କଂସ), ଶିବ ସୁନା ଓ ଶୁଭମ୍‌ ଘିବେଲା ଯୋଗଦାନ କରିବେ । ବିଶିଷ୍ଟ ନୃତ୍ୟଶିଳ୍ପୀ ବଳରାମ ସାହୁ, ଘୋଷିକା ସଂଗୀତା ଦାସ ଆଭାରାଣୀ ସାହୁ ଓ ବିଶିଷ୍ଟ ମଞ୍ଚ ଶିଳ୍ପୀମାନେ ଯୋଗ ଦାନ କରିବେ । ଏ ବର୍ଷ ଅନୁଷ୍ଠାନ ଓଡ଼ିଶାରେ ଥିବା କବି, କଳାକାର ମାନଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ଅଛି ବୋଲି ସମ୍ପାଦକ ରାଜେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ଆଜି ବନ ମହୋତ୍ସବର ପ୍ରସ୍ତୁତି ବୈଠକରେ ସୁଶ୍ରୀ ଜିତେଶ୍ୱରୀ ଦାସ, ଶ୍ରୀମତୀ ଭାରତୀ ପଟ୍ଟନାୟକ, ଆଦିତ୍ୟ ରଥ, ସନ୍ତୋଷ ମହାନ୍ତି, ଶେଷଦେବ ମେହେର ଓ କିଶୋର ପାତ୍ର ଯୋଗଦାନ କରିଥିଲେ । ଶେଷରେ ଉପ ସଭାପତି ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.