ଯୋଗୀସର୍ଡା ମହାଶିବରାତ୍ରି ମେଳା ଓ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ପ୍ରସିଦ୍ଧ ଶୈବପୀଠ ଯୋଗୀସର୍ଡ।ର ଯୋଗେଶ୍ବରଧାମ ଠାରେ ଚଳିତ ମାର୍ଚ୍ଚ ୪ ରୁ ୧୨ ତାରିଖ ପର୍ୟ୍ୟନ୍ତ ମହାଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ତଥା ନିୟମକୁ ଆଖି ଆଗରେ ରଖି ମେଳା ଆୟୋଜନ ସକାଶେ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏଥିସହିତ ସର୍ବସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ଆୟୋଜକ କମିଟିର କର୍ମକର୍ତ୍ତା ମନୋନୟନ ହୋଇଯାଇଛି । ଏଥିରେ ସଭାପତି ଭାବେ ଦୁଷ୍ମନ୍ତ ପଧାନ, ସମ୍ପାଦକ-ମହେଶ ତ୍ରିପାଠୀ, ଉପ ସଭାପତି-ଲକ୍ଷ୍ମଣ ପଧାନ, ସହ ସମ୍ପାଦକ-ସରୋଜ ପଧାନ ଓ କୋଷାଧ୍ୟକ୍ଷ ଭାବେ ସନକ ପଧାନ ମନୋନୀତ ହୋଇଥିଲେ । ଏଥି ସହିତ ନାମଯଜ୍ଞ କମିଟିର ସଭାପତି ଭାବେ ଲକ୍ଷ୍ମଣ ସାହୁ ଓ ସମ୍ପାଦକ ସୁରେଶ ପଧାନ ତଥା ଅନ୍ନକୋଟ କମିଟିର ସଭାପତି ଭାବେ ବଟକୃଷ୍ଣ ତ୍ରିପାଠୀ ଓ ସମ୍ପାଦକ ଭାବେ ବିଭୁତି ଭୂଷଣ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ପ୍ରତ୍ୟହ ନାମଯଜ୍ଞ, ଘୃତଯଜ୍ଞ, ଶିବଯଜ୍ଞ ସାଙ୍ଗକୁ ଶିବ ପୁରାଣ ପଠନ ଓ ପ୍ରବଚନ କାର୍ୟ୍ୟକ୍ରମ ରହିବା ସାଙ୍ଗକୁ ଶିବରାତ୍ରି ଦିନ ଅର୍ଧରାତ୍ରି ପରେ ମହାଦୀପ ଉଠିବା କାର୍ୟ୍ୟକ୍ରମ ରହିଥିବା ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି । ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇ ବିଭୂକୃପା ଲାଭ କରିବା ପାଇଁ ନିବେଦନ କରାଯାଇଛି ।

Leave A Reply

Your email address will not be published.