jayashree

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

  • ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ ଲୋକସଭା ଆସନ ପାଇଁ ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ୧୭.୭ କୋଟି ମତଦାତା
  • ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ ଟି ବିଧାନସଭା ଆସନ ପାଇଁ ମଧ୍ୟ ହେବ ମତଦାନ
  • ନିର୍ବାଚନ ଦିନ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ ନାହିଁ; ସ୍ୱାଭାବିକଠାରୁ କମ୍ ତାପମାତ୍ରା (±୨ ଡିଗ୍ରୀ) ରହିବ ବୋଲି ପୂର୍ବାନୁମାନ କରାଯାଇଛି
  • ମତଦାତାଙ୍କ ଭାଗିଦାରୀ ବୃଦ୍ଧି ପାଇଁ ତେଲଙ୍ଗାନାରେ ବଢିଲା ମତଦାନ ସମୟ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ ଆସନ ପାଇଁ ମତଦାନ ହେବ । ଆନ୍ଧ୍ରପ୍ରଦେଶ ବିଧାନସଭାର ସମସ୍ତ ୧୭୫ଟି ଆସନ ଏବଂ ଓଡ଼ିଶା ବିଧାନସଭାର ୨୮ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ । ଅନ୍ୟପଟେ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରିବାକୁ ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନ କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ)କୁ ବଢ଼ାଯାଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗରମ ପାଗକୁ ନେଇ ବିଶେଷ ଚିନ୍ତା ନାହିଁ । ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ନିର୍ବାଚନ ହେବାକୁ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାଭାବିକରୁ କମ୍ ତାପମାତ୍ରା (±୨ ଡିଗ୍ରି) ଅନୁଭୂତ ହେବାର ସମ୍ଭାବନା ରହିଛି ଏବଂ ମତଦାନ ଦିନ ଏହି ସବୁ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ରହିବ ନାହିଁ । ତେବେ ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାଣି, ସାମିୟାନା ଓ ଫ୍ୟାନ୍ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟୟ ସୁଦ୍ଧା ୨୮୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ତଥ୍ୟ :

୧. ୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ୧୩ ମଇ ୨୦୨୪ରେ ୯୬ଟି ସଂସଦୀୟ କ୍ଷେତ୍ର (ସାଧାରଣ-୬୪; ଏସଟି- ୧୨; ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସସି-୨୦)ରେ ମତଦାନ ହେବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ହୋଇପାରେ) ।
୨. ୧୩ ମଇରେ ଆନ୍ଧ୍ରପ୍ରଦେଶ ବିଧାନସଭାର ସମସ୍ତ ୧୭୫ଟି ଆସନ (ସାଧାରଣ -୧୩୯; ଏସଟି-୭; ଏସସି-୨୯) ଏବଂ ଓଡ଼ିଶା ବିଧାନସଭାର ୨୮ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ ।
୩. ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି ।
ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮ ।
୪. ମତଦାନ ଓ ସୁରକ୍ଷା ଅଧିକାରୀଙ୍କୁ ନେବା ପାଇଁ ୩ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୧୨୨ ଥର ବିମାନ ଉଡ଼ାଣ କରାଯାଇଛି (ଆନ୍ଧ୍ରପ୍ରଦେଶ-୨, ଝାଡ଼ଖଣ୍ଡ-୧୦୮; ଓଡ଼ିଶା-୧୨) ।
୫. ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୭.୭ କୋଟିରୁ ଅଧିକ ମତଦାତାଙ୍କୁ ସ୍ୱାଗତ କରିବେ ୧୯ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ।
୬. ୮.୯୭ କୋଟି ପୁରୁଷ ଓ ୮.୭୩ କୋଟି ମହିଳା ଭୋଟରଙ୍କ ସମେତ ମୋଟ୍ ସମେତ ୧୭.୭୦ କୋଟିରୁ ଅଧିକ ଭୋଟର୍‌ ମତାଧିକାର ସାବ୍ୟସ୍ତ କରିବେ ।
୭. ଚତୁର୍ଥ ପର୍ଯ୍ୟାୟ ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ୧୨.୪୯ ଲକ୍ଷ ଏବଂ ୧୯.୯୯ ଲକ୍ଷ ଭିନ୍ନକ୍ଷମ ପଞ୍ଜୀକୃତ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ଭୋଟ୍ ଦେବାର ବିକଳ୍ପ ପ୍ରଦାନ କରାଯାଇଛି । ବିକଳ୍ପ ହୋମ୍ ଭୋଟିଂ ସୁବିଧାକୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି ।
୮. ୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ୩୬୪ ଜଣ ପର୍ଯ୍ୟବେକ୍ଷକ (୧୨୬ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୭୦ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୧୬୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି । ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରୁଛନ୍ତି । ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି ।
୯. ଭୋଟରଙ୍କୁ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ସକ୍ରିୟ ଭାବେ ମୁକାବିଲା କରିବା ପାଇଁ ମୋଟ ୪୬୬୧ଟି ଫ୍ଲାଇଂ ସ୍କ୍ୱାଡ୍, ୪୪୩୮ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୧୭୧୦ଟି ଭିଡିଓ ସର୍ଭିଲାନ୍ସ ଟିମ୍ ଓ ୯୩୪ଟି ଭିଡିଓ ଭ୍ୟୁଭିଙ୍ଗ୍ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି ।
୧୦. ୧୦୧୬ଟି ଆନ୍ତଃରାଜ୍ୟ ଓ ୧୨୧ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି । ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି ।
୧୧. ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ସାମିୟାନା, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି ।
୧୨. ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି । ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଏବଂ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରିବା ସହିତ ଭୋଟ୍ ଦେବାକୁ ମଧ୍ୟ ସୁବିଧାଜନକ କରିବ ।
୧୩. ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ରର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ https://electoralsearch.eci.gov.in/
୧୪. ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି । ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ । ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶର ଲିଙ୍କ୍ ହେଉଛି : https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFsi8N4zYcCRaQ2199MM81QYarA39BJWGAJqpL2w0Jta9CSv%2B1yJkuMeCkTzY9fhBvw%3D%3D
୧୫. ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ମତଦାନର ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି :https://old.eci.gov.in/files/file/13579-13-pc-wise-voters-turn-out/
୧୬. ତୃତୀୟ ପର୍ଯ୍ୟାୟ ଠାରୁ ଭୋଟର ଟର୍ନଆଉଟ୍ ଆପ୍‌କୁ ଅପଡେଟ୍ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ହାରକୁ ଲାଇଭ୍ ପ୍ରଦର୍ଶନ କରିବାର ଏକ ନୂତନ ବୈଶିଷ୍ଟ୍ୟ ରହିଛି । ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟାରେ ଥରେ ଭୋଟର୍ ଟର୍ନଆଉଟ୍ ଆପ୍‌ରେ ପର୍ଯ୍ୟାୟ/ରାଜ୍ୟ/ବିଧାନସଭା ନିର୍ବାଚନ ମଣ୍ଡଳୀ/ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତ୍ତିରେ ଆନୁମାନିକ ମତଦାନ ହାର ତଥ୍ୟ ଉପଲବ୍ଧ ହୋଇଥାଏ ଏବଂ ନିର୍ବାଚନ ଦଳ ପହଞ୍ଚିବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ ।

Leave A Reply

Your email address will not be published.