ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଓ ୧୬ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ଶେଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନ୍ଦିର ପ୍ରତିଷ୍ଠା ଓ ୧୬ ପ୍ରହର ନାମଯଜ୍ଞ ପାଇଁ ବଲାଙ୍ଗିର ଶାନ୍ତିପଡ଼ାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଗତକାଲି ସଂଧ୍ୟାରେ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କର୍ତ୍ତାମାନେ ଓ ପୂଜକ ପଣ୍ଡିତ ସଂକଳ୍ପ ଧାରଣ କରିଛନ୍ତି । ତେବେ ଆସନ୍ତା କାଲି ସଂଧ୍ୟାରେ ଅଧିବାସ ଅବସରରେ କଳସ ଶୋଭାଯାତ୍ରା ଆୟୋଜନ ହେବ । ୧୫ ତାରିଖ ଦିନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିବା ବେଳେ ଅପରାହ୍ନ ୩ ଘଟିକାରୁ ଆରମ୍ଭ ହେବ ନାମଯଜ୍ଞ । ୧୭ ତାରିଖ ଅପରାହ୍ନରେ ପୂର୍ଣ୍ଣାହୂତି ପଡ଼ିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସହ ପିଲାମାନଙ୍କ ଉତ୍ସାହ ସକାଶେ ମୀନା ବଜାର ଲାଗିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ନାମଯଜ୍ଞ କାର୍ଯ୍ୟକ୍ରମରେ ୨୦ରୁ ୨୨ଟି ସୁନାମଧନ୍ୟ କୀର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମର ଆୟୋଜକ ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ ଓ ଶାନ୍ତିପଡ଼ାବାସୀ ବଲାଙ୍ଗିରବାସୀଙ୍କୁ ବହୁସଂଖ୍ୟାରେ ଯୋଗଦାନ କରି ବିଭୂକୃପା ପ୍ରାପ୍ତ ହେବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.