oum

ଛତ୍ରପୁରଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ତଥା ଶ୍ରୀମନ୍ଦିରର ଦ୍ଵାଦଶତମ ପ୍ରତିଷ୍ଠା ଉତ୍ସବ ନେଇ ବ୍ୟାପକ ପ୍ରସ୍ତୁତି

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପରମପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ ଅବସରରେ ଚଳିତ ୨୫ ତାରିଖ ରବିବାର ଦିନ ତମାମ ଧରି ଐତିହାସିକ ଠାକୁରଙ୍କ ପୌଷ ମେଳା ସାମାରୋହ-୨୦୨୨ ଆୟୋଜନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏନେଇ ଚୂଡ଼ାନ୍ତ ବିଧିବଦ୍ଧ ନିଷ୍ପତ୍ତି ହୋଇଛି ।

ପ୍ରକାଶ ଥାଉକି, ଛତ୍ରପୁର ସ୍ଥିତ ନୂଆଁ ପୋଲିସ ଲାଇନ ତଥା ବୀରେଶ୍ୱର ମନ୍ଦିର ରୋଡ଼ରେ ଅବସ୍ଥାପିତ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଶ୍ରମ ପରିସରରେ ଅବା ଠାକୁରଙ୍କ ପ୍ରତିଷ୍ଠିତ ଶ୍ରୀମନ୍ଦିରର ଦ୍ଵାଦଶତମ ବାର୍ଷିକ ଉତ୍ସବ ବିଗତବର୍ଷମାନଙ୍କ ପରି ଚଳିତବର୍ଷ ମଧ୍ୟ ଅନୁଷ୍ଠିତ ହେଉଅଛି । ସତସଙ୍ଘବିହାର ଭାବେ ଏହି ସ୍ଥାନଟି ପରିଚୟ ସୃଷ୍ଟି କରିଥିବା ସ୍ଥାନରେ ଠାକୁରଙ୍କ ଜନ୍ମୋତ୍ସବ ସାଂଗକୁ ପ୍ରତିଷ୍ଠିତ ଶ୍ରୀମନ୍ଦିର ପ୍ରତିଷ୍ଠା ଉତ୍ସବ ଖୁବ୍‌ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହେଉଥିବାରୁ ଆଶାତୀତ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଞ୍ଚଳିକ କମିଟି ଭକ୍ତବୃନ୍ଦ ତଥା କାର୍ଯ୍ୟକାରୀ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗତ ୧୮ ତାରିଖରେ ହୋଇଯାଇଛି । ଉକ୍ତ ସତସଙ୍ଘବିହାରରେ ଆୟୋଜିତ ହେଉଥିବା ମହୋତ୍ସବ ସମ୍ପର୍କରେ ବିଧିବଦ୍ଧ ଆଲୋଚନା ହୋଇଛି । ଗୁରୁଭାଇ ସି.ଏଚ. ଜୟ ପ୍ରକାଶ ପାତ୍ର, ସହ-ପ୍ରୀତିରୀତିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ସବ କମିଟିର ସମ୍ପାଦକ ବି.ଆଶିଷ କୁମାର ସୁବୁଦ୍ଧି, ସହ-ପ୍ରୀତିରୀତିକ ବି.ପାରସେୟାଙ୍କ ସହଯୋଗରେ ଆଲୋଚନା ହୋଇଥିଲା । ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବର୍ତ୍ତମାନ ଠାକୁରଙ୍କ ଶ୍ରୀମନ୍ଦିରରେ ତଥା ସତସଙ୍ଘବିହାର ପରିସରରେ ସୁନ୍ଦର ଆଲୋକମାଳା ସଜ୍ଜା ହୋଇଛି । ଚିତାକର୍ଷକ ତୋରଣ ସାଜସଜ୍ଜା ହୋଇ ବିଭିନ୍ନ ରଙ୍ଗବେରଙ୍ଗର ସଜଫୁଲରେ ସୁସଜ୍ଜିତ ହୋଇଛି । ଏହା ଯେ, ଅଗଣିତ ଭକ୍ତଜନଙ୍କୁ ମନକୁ ହରଣ କରିନେବ, ଆଉ ଆଲ୍ହାଦିତ କରିବ, ଏଥିରେ ନିଃ-ସନ୍ଦେହ । ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ସ୍ଥାନଟିରେ ଅନେକ ଭାବନାର ଆଧ୍ୟାତ୍ମିକ ଜାଗୃତି ମଧ୍ୟରେ ଗୁଞ୍ଜନ ପ୍ରତିଫଳିତ କରିବ ବୋଲି ଆଶା କରାଯାଉଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଗୁରୁଭାଇ ଭଉଣୀ ତଥା ଭକ୍ତମାନଙ୍କର ଏଠି ଏକ ବିଶାଳ ଆଧ୍ୟାତ୍ମିକ ସମ୍ମେଳନ ହେବ । ଏଭଳି ବିଶାଳ ଆଧ୍ୟାତ୍ମିକ ଜାଗରଣ ମେଳାର ସୁଯୋଗ ନେବା ନିମନ୍ତେ ସତସଙ୍ଘବିହାରର ଉଦ୍ୟକ୍ତାଗଣ ଅନୁରୋଧ କାମନା କରିଛନ୍ତି ।

Leave A Reply

Your email address will not be published.