oom

ଗ୍ରାମୀଣ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ ଓ ପାଣି ପଂଚାୟତ ପକ୍ଷ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଠାରେ ନିର୍ମାଣ ହେବାକୁ ଥିବା ଗ୍ରାମୀଣ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ସ୍ଥାପନ କରିଥିଲେ । ଜଳ ସମ୍ପଦ ବିଭାଗ ତରଫରୁ ଏସଡିଓ ମାନଭଞ୍ଜନ ଶତପଥୀ ଓ ଜେଇ ପ୍ରଦ୍ୟୁମ୍ନ ମେହେର ପାଳନ ହୋଇଥିବା ପାଣି ପଂଚାୟତ ପକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ରୀଙ୍କ ଦ୍ଵାରା ସାର୍ଟିଫିକେଟ ସହିତ ଚେକ୍ ମଧ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଆଗଲପୁର ତହସିଲଦାର ଚୈନୁ ଗଣ୍ଡ କୁଟାସିଂହା ସରପଞ୍ଚ ଡିଗ୍ରୀ ମେହେର ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ଲୋଇସିଂହା ବିଧାୟକ ତଥା ମନ୍ତ୍ରୀଙ୍କ ଆଗଲପୁର ବ୍ଲକ୍ ପ୍ରତିନିଧି ପିତାମ୍ବର କଣ୍ଟା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅନ୍ୟମାନଙ୍କ ମଧ୍ୟ୍ୟରେ ବ୍ଲକ ବିଜେପି ସଭାପତି ଲୋକାରାମ ସାହୁ, ଦଶରଥ ପଧାନ, ମହେନ୍ଦ୍ର ମହାକୁର, ପ୍ରମୋଦ ବଗର୍ତ୍ତି ଅଧିକାରୀ ପାତ୍ର, ଶମ୍ଭୁ ମହାକୁର, ଜନ୍ମଜୟ ଛନ୍ଦ, କିଶୋର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.