oom

ବାଏଫ୍ ତରଫରୁ ଗାଈ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

jsmm

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ନରେନ ଗ୍ରାମପଞ୍ଚାୟତ କୁସକେଲା ଗୋ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ନରେନ ଗ୍ରାମ ଠାରେ ଏକ ଗାଈ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା କ୍ଷେତ୍ରାଧିକାରୀ ବିବେକ କୁମାର ସିଂ ଯୋଗଦେଇ ଗାଈ ପାଳିଥିବା ଚାଷୀମାନେ କିପରିଭାବରେ ଦେଶୀ ଗାଈରୁ ଉନ୍ନତମାନର ଗାଈ ଚାଷ କରି ସ୍ୱଳ୍ପ ଖର୍ଚ୍ଚରେ ଅଧିକ କ୍ଷୀର ଉତ୍ପାଦନ କରି ଚାଷିମାନେ ଲାଭବାନ ହୋଇପାରିବେ ସେହି ବିଷୟରେ ଗାଈପାଳନ କରିଥିବା ଚାଷୀମାନଙ୍କୁ ବୁଝାଇଥିଲେ। କୃତିମ ପ୍ରଜୋନନ ଦ୍ଵାରା କିପରିଭାବରେ ମାଇଁବାଛୁରି ପାଇପାରିବେ ଏବଂ ଗାଈର ବିଭିନ୍ନ ରୋଗର ନିରାକରଣ ଅନେକ ଯୋଜନା ବିଷୟରେ କହିଥିଲେ । ଏହି ଶିବିରରେ ମୋଟ ୫୦ ଜଣ ଚାଷୀ ଯୋଗଦେଇଥିଲେ ୨୦ ଜଣ ପୁରୁଷ ଚାଷୀ ଓ ୩୦ ଜଣ ମହିଳା ଚାଷୀ ଯୋଗ ଦେଇଥିଲେ । କୁସକେଲା କେନ୍ଦ୍ରଅଧିକାରୀ ଶ୍ରୀରାମ ଡାଙ୍ଗ ସୁଚାରୁରୂପେ ଆୟୋଜନ କରି ବିଶେଷ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଦ୍ଵାରା ବହୁ ଚାଷୀ ଉପକୃତ ହେବା ସହ କିଛି ପରିବାର ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ଅନୁମାନ କରାଯାଉଛି ।

jittmm
Leave A Reply

Your email address will not be published.