centurian jitm

ସୋଆ ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ଦେବ ଏଲ୍‌ଏଣ୍ଡ୍‌ଟି : ଉଭୟ ପକ୍ଷରୁ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ପ୍ରଶିକ୍ଷଣ ଏବଂ କର୍ମ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଲାର୍ସନ୍‌ ଆଣ୍ଡ ଟୁବ୍ରୋ ଲିମିଟେଡ୍‌ (ଏଲ୍‌ଆଣ୍ଡଟି)ର ବ୍ୟବସାୟିକ ଅଙ୍ଗ ଏଲ୍‌ଆଣ୍ଡଟି ଏଡୁଟେକ୍‌ ମାଧ୍ୟମରେ ଏକ ବୁଝାମଣାପତ୍ର ସୋମବାର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଅନୁଯାୟୀ ବିଶ୍ୱର ଅଗ୍ରଣୀ ଇଞ୍ଜିନିୟରିଂ ସଂସ୍ଥା ଲାର୍ସନ୍‌ ଆଣ୍ଡ ଟୁବ୍ରୋ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଯୋଗାଇ କର୍ମ ନିଯୁକ୍ତି ନିମନ୍ତେ ପ୍ରସ୍ତୁତ କରିବେ । ଏହି ପ୍ରୋଗ୍ରାମ୍‌ ମାଧ୍ୟମରେ ପ୍ରଥମେ ସିଭିଲ୍‌, ଇଲେକ୍ଟ୍ରିକାଲ୍‌, ମେକାନିକାଲ୍‌ ଏବଂ ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ଯୋଗାଇ ଦିଆଯିବ । ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ ବିଭାଗକୁ ପ୍ରସାରିତ କରାଯିବ ବୋଲି ସୋଆର ଟ୍ରେନିଂ ଓ ପ୍ଲେସ୍‌ମେଣ୍ଟ ବିଭାଗର ମୁଖ୍ୟ ପ୍ରଫେସର ସୁଜିତ ଦାଶ କହିଛନ୍ତି ।

Leave A Reply

Your email address will not be published.