centurian jitm

ଓଡିଶା ପ୍ରସିଦ୍ଧ ଦୟଣାଚୋରୀ କୁଜଂ ମେଳଣ ଯାତ୍ରା ଜମିଲା

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୂରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀ ରାଧାକାନ୍ତ ଦେବ ଓ ଶ୍ରୀ ରାଧାମୋହନଦେବଙ୍କ ଦୟଣାଚୋରୀ ଯାତ୍ରା ମହାସମାରୋହରେ ଆଜି ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି । ୨ଟି ପୃଥକ ସୁସଜ୍ଜିତ କୁଞ୍ଜ ବିମାନରେ ଦୁଇ ଠାକୁରଙ୍କ ଶୋଭାଯାତ୍ରା ସହ ହଜାର କ୍ଟଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ନଦିଆ ସଂକ୍ରିତନ, ଣ୍ଟଶଙ୍ଖ, ତୁରୀ ବାଦ୍ୟ, ବାଜା, ନାଗା, କଳାଘୋଡାସହ ବିଭିନ୍ନ ସାହିର ଭାଡି ମହାପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀ, ହନୁମାନ, ବଗ, ମୟୁର, ଅଧାଶିବପାର୍ବତୀ, କଳା ହନୁମାନ, ଷଣ୍ଢ, ଗରୁଡଙ୍କ ବିରାଟ ପ୍ରତିମୁତ୍ତିୃର ଭାଡି ସହିତ ଡିଜେର ବାଦ୍ୟ ତାଳେ ତାଳେ ଯୁବ ଗୋଷ୍ଟୀଙ୍କ ନୃତ୍ୟ ଓ ପ୍ରସିଦ୍ଧ ତଥା ଆଦି ସଲଟଣରେ ସାମିଲ ହୋଇଥିଲେ । ଘୋରଡିଆ ହାଟ ବଜାରରେ ପ୍ରତିଷ୍ଠିତ କଳ୍ପିତ ଦୟଣା ଉଦ୍ୟାନରେ ଶ୍ରୀଜିଉଙ୍କ ଦୟଣାଚୋରୀ ନୀତି ସଂପାଦିତ ହୋଇଥିଲା । ଏହି ଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାବେଶକୁ ଦୃଷ୍ଟିରେ ରଖି, ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୂତୟନ ବ୍ୟବସ୍ଥା କରାଯାଇଛି । ବହୁ ସଂଖ୍ୟାରେ ଦୋକାନ ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକନୃତ୍ୟ, ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ପାଇକ ଆଖଡା, ଗୋଟିପୁଅ, ମେଲୋଡି, ଭଜନ ସମାରୋହ, ଦୟଣାଚୋରି ସାହିତ୍ୟ ଆସର, ମେଣ୍ଢା ଲଢେଇର ଆୟୋଜନ କରାଯାଇଥିବା ଦୟଣାଚୋରୀ ମେଳଣ ସାଂସ୍କୃତିକ ପାରିଷଦର କତୃପକ୍ଷଙ୍କ ଠାରୁ ସୂଚନା ମିଲିଛି ।

Leave A Reply

Your email address will not be published.