ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ପଥ ବୁଲି ଦେଖିଲେ ଜିଲ୍ଲାପାଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୧୧ ତାରିଖରେ ଭବାନୀପାଟଣା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଜେନାଖାଲରେ ମା’ଙ୍କ ଛତରର ବିଧି ଅନୁସାରେ ପୂଜ୍ୟ ପୂଜା ସାରି ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ଭକ୍ତଙ୍କ ଭିଡରେ ମା’ଙ୍କ ଛତର ମନ୍ଦିର ପ୍ରବେଶ କରିବ । ଛତର ଉତ୍ସବକୁ ମହାସମାରୋହରେ ଶାନ୍ତି, ଶୃଙ୍ଖଳା ସହିତ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥାର ପ୍ରସ୍ତୁତି ଜାରି ରହିଛି । ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜେନାଖାଲ ପରିଦର୍ଶନରେ ଆସି ଆବଶ୍ୟକ ପ୍ରସ୍ତୁତି ଅନୁଧ୍ୟାନ କରି ଜେନାଖାଲରୁ ମା’ ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲି ଛତର ଯାତ୍ରା ପରିକ୍ରମା ପଥ ବୁଲି ଦେଖିଥିଲେ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ନିଜର ଦାୟିତ୍ଵ ସୂଚାରୁ ରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ପ୍ରବେସନରୀ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କସ୍ତୁରୀ ପଣ୍ଡା, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ ପରିଡ଼ା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏ.ବି ଗୁରୁ, ଉପ ଆରକ୍ଷୀ ଅଧିକ୍ଷକ, ସଦର ସୁନାରାମ ହେମ୍ବ୍ରମ, ତହସିଲଦାର ସୁଭ ସ୍ମିତା ମିଶ୍ର, ଏସ୍‌ଇପିଡବ୍ଲ୍ୟୁଡି, ପ୍ରକାଶ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା, ସତ୍ୟସମ୍ପର୍ଣ୍ଣା ରାଉତ, ସହକାରୀ ଜିଲ୍ଲାପାଳ ମମତା ଦାସ, ଆଇଆଇସି, ସଦର ନରେଶ ପ୍ରଧାନ, ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଅଂଶୁମାନ ବାବୁ, ଉତ୍ସବ ସାହୁ, ସୁବ୍ରତ ବହିଦାର ପ୍ରମୁଖ ଯୋଗଦେଇ ଦେଇଥିଲେ ।

Leave A Reply

Your email address will not be published.